ଲୁଲୁ ମହାପାତ୍ର ମରିନାହାନ୍ତି,  ଛାତ୍ର ଯୁବ ସମାଜଙ୍କ ହୃଦୟରେ ଅମର ହୋଇଅଛନ୍ତି  : ସୁର 

0 2

ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର(ଶାସକ ପ୍ରଶାସକ) –  ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୬ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ସ୍ମୃତି କମିଟି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ଲୁଲୁ ମହାପାତ୍ର ମରିନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି । ତାଙ୍କ ଛାତ୍ର ଜୀବନ କାଳରେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁୁୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ  ନେତୃତ୍ୱ ଏବେବି ମନେପଡ଼ୁଛି । ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ଉଦ୍ଘାଟକ ଭାବେ ତାଙ୍କର ସୁପୁତ୍ରୀ ସୁଶ୍ରୀ ଉପାସନା ମହାପାତ୍ର ଉଦ୍ଘାଟନ କରି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ଅନ୍ୟମାନଙ୍କ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଜୟନ୍ତୀ ଅବସରରେ ଉପସ୍ଥିତ ଥିବା ଅତିଥିମାନେ ପ୍ରାରମ୍ଭରେ ଲୁଲୁ ମହାପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ଦେଇଥିଲେ । ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ତପସ୍ୱିନୀ ଦାସଙ୍କୁ ଏ ଅବସରରେ  ସମ୍ବର୍ଦ୍ଧିତ କରିବା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ହିମାଂଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦୀପକ ସାହୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୁଲୁ ମହାପାତ୍ର ପରିବାର ତରଫରୁ ରାଜେନ୍ଦ୍ର ପଣ୍ଡା, ନଜେବୁର ରେହମନ ଖାନ୍, ମନୋଜ ସାହୁ, ଆଲୋକ ମହାନ୍ତି, ମାନସଁ  ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ବିଶ୍ୱପ୍ରସାଦ ଦାସ, କିରଣ ସାହୁ, ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.