ବାଇକ-ହାଇୱା ମୁଁହା ମୁହିଁ ଧକ୍କା,: ବାଇକ ଚାଳକ ମୃତ, ଡ୍ରାଇଭର ହାଇୱା ଛାଡ଼ି ଫେରାର

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟି ଯାଇଛି । ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀର କାରଣ ପାାଲଟି ଥିବା ବେଳେ ଫେବୃଆରୀ ୧୫ ସକାଳ ପ୍ରାୟ ୭.୨୫  ପାଖାପାଖି ଦାରୋଗାଡ଼ାହି ଗୋଲେଇ ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ବାଇକ ଚାଳକ ୨୧ ନମ୍ବର ୱାର୍ଡ ପୂର୍ଣଚନ୍ଦ୍ରପୁର ଅଧିବାସୀ ବୈକୁଣ୍ଠ ବାରିକଙ୍କ ପୁଅ ରୋହିତ କୁମାର ବାରିକଙ୍କ  ମୃତ୍ୟୁ ହୋଇଛି । ରୋହିତ ନିଜର ଓଡ଼ି ୧୧ କ୍ୟୁ ୭୯୫୪ ନମ୍ବର ବିଶିଷ୍ଟ ହିରୋ ସ୍ପଲେଣ୍ଡର ବାଇକରେ ରାଜପଥ ପାର୍ଶ୍ଵ ଗ୍ରାଣ୍ଡ ଗଳିରୁ ବାରିପଦା ସହରକୁ ଆସୁଥିବା ବେଳେ ରାଜପଥର ଜୁବଲୀ ପେଟ୍ରୋଲ ପମ୍ପ ନିକଟରେ ଓଡ଼ି ୧୧କ୍ୟୁ ୭୪୧୭  ନମ୍ବର ବିଶିଷ୍ଟ ହାଇୱା ସହ ସାମନା ସାମ୍ନି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ହାଇୱା ଚାଳକ  ଗାଡିକୁ ରାସ୍ତା ଉପରେ ଛାଡି ଫେରାର ହୋଇଯାଇଥିଲା ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇବା ସହ ବାଇକ ଓ ହାଇୱା କୁ ଜବତ କରିଛି । ଏହାକୁ ନେଇ ବାରିପଦା ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି ।  ସ୍ଥାନୀୟ ଜନସାଧାରଣ ଏଥିନିମନ୍ତେ  ରାଜପଥ ନିର୍ମାଣର କଚ୍ଛପ ଗତିକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.