ବାରିପଦାରୁ ଦିଲ୍ଲୀପ ମହାନ୍ତି – ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା ପୌରପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ପାଳିତ ହୋଇଥିଲା ୮୩ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ । ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର ମହାନ ବରପୁତ୍ରମାନଙ୍କର କର୍ମମୟ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସଂଗେସଂଗେ ବର୍ତ୍ତମାନର ଯୁବ ସମାଜ ଓଡ଼ିଶା ସହିତ ମୟୂରଭଞ୍ଜ ଜିଲ୍ଲାର ଭାଷା, ସଂସ୍କୃତି ସହିତ ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ । ସେହିପରି ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଡ଼ଃ. ରମାକାନ୍ତ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଗଠନର ଐତିହାସିକ ପୃଷ୍ଠଭୂମିରେ ବରପୁତ୍ରମାନଙ୍କର ଜାତୀୟତା ଭାବନାର ମହାନତା ଉପରେ ଆଲୋଚନା କରିବା ସଂଗେସଂଗେ ଓଡ଼ିଆ ଭାଷାଭାଷି ଅଞ୍ଚଳର ଭୌଗୋଳିକସ୍ଥିତି, ଐତିହ୍ୟ, କଳା ଓ ସଂସ୍କୃତି, ସାହିତ୍ୟ, କୀର୍ତ୍ତିରାଜି ଓ ନିଜର ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପୌରପାଳ ବବିତା ଦାସ, ବାରିପଦା ପିଏ ଆଇଟିଡ଼ିଏ ବିଜନ କୁମାର ଥମ୍ବ, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ଏବଂ ଓଡ଼ିଶା ଦିବସ ପାଳନର ତାତ୍ପର୍ୟ , ମହତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ବକ୍ତୃତା, ସାଧାରଜ୍ଞାନ ଓ ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବାହ୍ନ ସାଢେ଼ ୮ଟାରେ ପୌରପରିଷଦର ବିଭିନ୍ନ ସ୍ଥାନମାନଙ୍କରେ ଅପେକ୍ଷାରେ ରହିଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।
ଓଡ଼ିଶା ଦିବସ ପାଳନ ନିମନ୍ତ୍ରଣ ପତ୍ରରେ ତୃଟିକୁ ନେଇ ଅସନ୍ତୋଷ-
