କ୍ଷୁବ୍ଧ ଅରୁଣଙ୍କ ନିର୍ଦେଶ ପରେ ଉପବିଭାଗ ଅଧିକାରୀଙ୍କ ଉପରେ ପଡିଲା ୫-ଟି ପାହାର  

3

କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,(ଶାସକ ପ୍ରଶାସକ ): ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ  ଶ୍ରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି | ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି |

ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଜାନୁଆରୀ ୨୧ ତାରିଖରେ ନଅତାଲାସ୍ଥିତ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ କ୍ୟାମ୍ପସ୍ ଅଚାନକ ଗସ୍ତ ସମୟରେ ଫାଇଲ୍ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ସଂପର୍କରେ ଜାଣିବାକୁ ପାଇ ଥିଲେ | ଫାଇଲଟି  ୬ ମାସରୁ ଉର୍ଧ୍ଵ କାଳ କାର୍ଯ୍ୟକାରୀ ନହୋଇ ପଡ଼ିରହିଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା  ଅଧିକାରୀଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ | 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ତଦନ୍ତ କରାଯିବା ପରେ ଉପବିଭାଗ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ ଫାଇଲ୍ ପ୍ରକ୍ରିୟାରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛନ୍ତିା ୫”ଟି’ ଆଧାରରେ କାର୍ଯ୍ୟ କରି ଫାଇଲ୍ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ  ଉପବିଭାଗ ଅଧିକାରୀ ଶ୍ରୀ ଗୋଚ୍ଛାୟତଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନିମନ୍ତେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛିା 

 

Leave A Reply

Your email address will not be published.