ଜଗିବା ଦାୟିତ୍ୱ ଯାହାର ତାରି ଅଫିସରୁ ଚୋରି, ସ୍ୱଚ୍ଛତା ପ୍ରଶ୍ନବାଚୀ  

3

http://www.youtube.com/watch?v=IobAXVOelN8

ଫରେଷ୍ଟ ରେଞ୍ଜରଙ୍କର ପୁରୁଣା ଅଫିସରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି 

ଇଏ ଜଣାଶୁଣା ଚୋରା ନୁହେଁ ବା ବାବୁ ଜାଣି କାମ ନୁହେଁ ତ !

 ମାର ମାର ଭଣ୍ଡାରୀକୁ ମାର ନୀତିରେ ବଳି ପଡିବେ ଜଗୁଆଳି !

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ରେ ରହିଛି ଦୁଇ ଗୋଟି ଫରେଷ୍ଟ ରେଞ୍ଜ ଅଫିସ । ଦୁଇ ଉକ୍ତ ଦୁଇ ଗୋଟି ରେଞ୍ଜ ଅଫିସ ମଧ୍ୟରେ ମାତ୍ର 2 କିଲୋମିଟର ର ଦୂରତା । ଓଡ଼ିଶାର ପ୍ରସିଦ୍ଧ ପର୍ବତ ଗନ୍ଧମାର୍ଦ୍ଦନ ର ପାଇକମାଲ ପାଖ ନୃସିଂହନାଥ ବନ ଖଣ୍ଡ ଅଧୀନରେ । ଏହି ଅଫିସ ରେ ଜଣେ ଡେପୁଟି ରେଞ୍ଜର ଙ୍କର ସମେତ ଅନେକ ଫରେଷ୍ଟର , ଗାର୍ଡ , ତଥା ଅନ୍ୟନ୍ୟ କର୍ମଚାରୀ ମାନେ କାର୍ଯରତ ଅଛନ୍ତି । 

      ନୃସିଂହନାଥ ସ୍ଥିତ ପୁରୁଣା ରେଞ୍ଜ ଅଫିସ ରେ ରହିଛି ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷ । ତା ମଧ୍ୟରେ ଅନେକ ଚନ୍ଦନ ଗଛ ମଧ୍ୟ ରହିଛି । ଏହାର ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ପାଇଁ ରାଜ୍ୟ ସରକାର ରେଞ୍ଜର ଠାରୁ ଆରମ୍ଭ କରି ଜଗୁଆଳି ପର୍ଯନ୍ତ ସମସ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦେବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ଆମ ଟିକସ ପଇସାରୁ ପ୍ରଦାନ କରୁଛନ୍ତି ହେଲେ ଏହି ବିଭାଗର କର୍ମ କୋଡ଼ିଆ କର୍ମଚାରୀ ଓ ଅଧିକାରୀ ମାନେ ସମ୍ପୂର୍ଣ୍ଣ ଅପାରଗ ବୋଲି ଅନୁଭବ ହେଉଛି । ଗତ ରାତିରେ  ଏହି ପୁରୁଣା ରେଞ୍ଜ ଅଫିସ ବଗିଚାରୁ ପାଞ୍ଚ ଗୋଟି ମୂଲ୍ୟବାନ ଚନ୍ଦନ ଗଛ ଚୋରି ହେଇଯିବା ଘଟଣା ଅଂଚଳର ପର8ବେଶ ପ୍ରେମୀ ଓ ଜନସାଧାରଣ ଙ୍କୁ ମର୍ମାହତ କରିବା ସହିତ କର୍ମ କୋଡ଼ିଆ ଅଧିକାରୀ ମାନଙ୍କର ପାରିବା ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଅବଶ୍ୟ ଏହି ଜାଗାରୁ ଚନ୍ଦନ ଗଛ ଚୋରି ହେବାର ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ତତ୍କାଳୀନ ରେଞ୍ଜର ସୋଇଥିବା ଅବସ୍ଥାରେ ମୁଖ୍ୟ ଗେଟ ସମ୍ମୁଖରୁ ଚନ୍ଦନ ଗଛ ଚୋରି ହେଇ ଯାଇଥିଲା । ଏହାପରେମଧ୍ୟ 2 ଗୋଟି ଚନ୍ଦନ ଗଛ ଚୋରି ହେଇଥିଲା ସେଥିପାଇଁ ଜଣେ ଫରେଷ୍ଟର ଙ୍କର ବଦଳି ମଧ୍ୟ ହେଇଥିଲା ।ଏବେ ପ୍ରଶ୍ନ ଯେ ବର୍ତ୍ତମାନ 5 ଗୋଟି ଗଛ ଚୋରି ହେଇଛି , DFO ମହାଶୟ କେତେ ଜଣକୁ ବଦଳି କରିବେ ଓ କେତେ ଜଣକୁ ବହିଷ୍କାର କରିବେ ନା ମାମଲାକୁ ରଫାଦଫା କରିବେ ଦେଖିବାକୁ ବାକି ରହିଲା ।

ଏହି ଚୋରି ଘଟଣା ବାବଦରେ ନୃସିଂହନାଥ ବିଟର ଫରେଷ୍ଟର ଶ୍ରୀ ଚକାନନ୍ଦ ବରିହା ଙ୍କୁ ତାଙ୍କର ଫୋନ ନମ୍ବର ୯୯୩୭୫୫୭୦୨୯ ରେ ବାରମ୍ବାର ଫୋନ କରାଯାଇଥିଲା ହେଲେ ଫରେଷ୍ଟର ଫୋନ ଉଠାଇ ନଥିଲେ । ବର୍ତ୍ତମାନ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ମାର ମାର ଭଣ୍ଡାରୀକୁ ମାର ନୀତିରେ ଦୁଇ ଜଣ ଜଗୁଆଳି କୁ କାର୍ଯ୍ୟରୁ ନିଲମ୍ବିତ କରି ଅଧିକାରୀ ମାନଙ୍କର ମୁଣ୍ଡର ଅଠା ଛଡ଼ାଇବାର ପ୍ରୟାସ ଚାଲିଛି ।

Leave A Reply

Your email address will not be published.