ହାତୀ ଉଜାଡୁଛି ଘର, ଏଠି ଲୋକେ ଭୟାତୁର 

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ଦୀର୍ଘ ୩  ମାସ ଧରି  ହାତୀପଲ ଉପଦ୍ରବ ଲାଗି ରହିଛି। ଏବେ ଗାଁ ଓ ସହର ଅଭିମୁଖେ ହୋଇଛନ୍ତି ହାତୀପଲ । ଗତ ବର୍ଷର  ନରହନ୍ତା ଦନ୍ତା ହାତୀ ଏହି ହାତୀ ପଲରେ ରହିଛି l  ଗତ ଗୁରୁବାର ବିଳମ୍ବିତ ରାତ୍ରରେ ହାତୀପଲ  ବ୍ଳକର କୁକୁଡ଼ାପାଲି ପଞ୍ଚାୟତ ଗିରିପାଲି ଗାଁର ରାଜକୁମାର ଜଉଦ, ଭାଗବତିଆ ଜଉଦ, ପୂର୍ଣ୍ଣ ଜଉଦ, ରବୀନ୍ଦ୍ର ପ୍ରଧାନ, ମନୋହର ଖଡ଼ିଆ ଏବଂ ଜଗଦୀଶ ଜଉଦ  ଓ ବାହାମ ପଞ୍ଚାୟତ ଡୁଙ୍ଗୁରିପଡାରେ  ତାଣ୍ଡବଲୀଳା ମଚାଇ ଜୟ ମେହେର, ଗଙ୍ଗା ମେହେର, ହେମସାଗର ମେହେର ଏବଂ ଅଶ୍ବିନୀ ରୋହିଦାସଙ୍କ ଘର  ଭାଙ୍ଗି ଦେଇଥିଲେ।

ପ୍ରତ୍ୟେକ ଦିନ ହାତୀପଲ ଏଭଳି ଘର ନଷ୍ଟ କରିଥିବାରୁ ଏହି ଅଂଚଳର ଅନେକ ଗାଁ ଏବେ  ଆତଙ୍କିତ ଅବସ୍ଥାରେ ରହିଛନ୍ତି ପୃଥକ ପୃଥକ ଭାଗରେ ଥିବା ହାତୀପଲରେ ମୋଟ୍ ୧୨ଟି ହାତୀ ରହିଛନ୍ତି l ଗୋଟିଏ ହାତୀପଲ ଏବେ ପଣ୍ଡରାପାଟ  ଜଙ୍ଗଲରେ ରହିଥିବା ଜଣାପଡିଛି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

  

 

Leave A Reply

Your email address will not be published.