ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: କଂସବଧ ସହ ଉଦଯାପିତ

0

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଦୀର୍ଘ ସାତ ଦିନ ଧରି ଚାଲିଥିବା ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । କୃଷ୍ଣ ବଳରାମ ଙ୍କୁ ଅକୃର ମଧୁରାକୁ ଧନୁଯାତ୍ରା ମହୋତ୍ସବ ଦେଖାଇବା ପାଇଁ ଗୋପପୁର ବାସୀ କୃଷ୍ଣ ବଳରାମ ଙ୍କୁ ମେଲାଣି ଦେଇଥିଲେ। ଏହି ଦୁଃଖଦ ଖବରରେ ସମସ୍ତେ ମର୍ମାହତ । ପରେ ରାଜ ଦରବାରରେ କଂସବଧ ସହ ଉଗ୍ରେସନଙ୍କ ରାଜ୍ଯା ଭିଷେକ ଦୃଶ୍ଯ ଅଭିନୀତ ହୋଇଥିଲା । ଏବଂ ଗୋପପୁର ରେ କୃଷ୍ଣ ବଳରାମ ଙ୍କର କୁବୁଜା ଉଦ୍ଧାର, ରଜକ ବଧ ହୋଇଥିଲା । ଏହି ଧନୁଯାତ୍ରା ମହୋତ୍ସବରେ ମନୋରଞ୍ଜନ ପାଇଁ ଅପେରା, ମିନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା । ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରାଜ ଦରବାରରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା,ପୂର୍ବତନ ସରପଞ୍ଚ ଯୁଗଳ କିଶୋର ସାହୁ,ବୃନ୍ଦାବନ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ପରେ ଦରବାରରେ ଲୋଇସିଂହା ରୁ ଆସିଥିବା ଶଙ୍କର ବେହେରା ଏବଂ ଦଳର କଳାକାର ମାନେ ପାରମ୍ପରିକ ଲୋକ ନୃତ୍ଯ ପରିବେଷଣ କରିଥିଲେ । ଏହି ଧନୁଯାତ୍ରା ମହୋତ୍ସବରେ ସାତ ଦିନ ଧରି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଥିଲା। ଏଇ ସମଗ୍ର କାର୍ଯ୍ୟକ୍ରମ କୁ ସୁରଜ କୁମାର ସାହୁ, ହରି ଚରଣ ସାହୁ, ଜୟଦେବ ବଡଗଛିଆ, ଜୟ କୃଷ୍ଣ ସାହୁ, ବିଜୟ ବିଶି, ଦୁଷ୍ମନ୍ତ କାଲୁ,କାନ୍ତିଲାଲ ଲୁହାର, ମୁକ୍ତି ସାହା,  ଶାନ୍ତନୁ ସାହୁ, ରାଜିନ ସାହୁ, ଶ୍ରୀରାମ ମେହେର, ପ୍ରଦୀପ କାଲୁ ପ୍ରମୁଖ ସଦସ୍ଯ ମାନେ ପରିଚାଳନା କରିଥିଲେ   ।

Leave A Reply

Your email address will not be published.