ନାଆଁ ସିନା ସୁକୁମାରୀ, ହେଲେ ଦୁଃଖର ବୋଝ ଭାରି 

0

ସରକାର ସୁଦୟା କଲେ ସଂସାର ଦରିଆ ହୋଇ ପାରନ୍ତେ ପାରି 

 ପଦ୍ମପୁର (ପଦ୍ମପୁର) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିମାଲ ଗ୍ରାମର ଜଣେ ବିଧବା ମହିଳା ବାରଦ୍ବାର ହୋଇ ଜିବିକା ନିର୍ବାହ କରୁଛି । ସୁକୁମାରୀ କୁମ୍ଭାରଙ୍କ ସ୍ବାମୀ ସହଦେବ କୁମ୍ଭାର ଆଜିକୁ ୮ମାସ ହେଲାଣି ସୁଗର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ସୁକୁମାରୀ ସ୍ବାମୀ ଙ୍କର ମୃତ୍ୟୁ ପରେ ଦୁଇଟି ପୁଅ ଶିବା ଓ ସମୀର, ଗୋଟିଏ ଝିଅ ଉମାକୁ ନେଇ ପ୍ରତି ପାଳନ କରିବାକୁ ଅତି କଷ୍ଟରେ ଜୀବନ ଯାପନ କରୁଛନ୍ତି। ସେ ଜଣେ ବିପିଏଲ ହିତାଧିକାରୀ ଅଟନ୍ତି। ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍କକ ଅଫିସରେ ଆବେଦନ କରି ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଲେଣି। ରାଜ୍ଯ ସରକାରଙ୍କ ବିଭିନ୍ନ ଯୋଜନା ରେ ଲୋକ ମାନଙ୍କୁ ସରକାରୀ ଆର୍ଥିକ ସହାୟତା ହେଉଥିବା ବେଳେ ସୁକୁମାରୀ ପରିବାରଙ୍କୁ ସମ୍ଭବ ହୋଇ ପାରୁ ନାହିଁ । ଏହି ଅସହାୟ  ବିଧବା ମହିଳାଙ୍କୁ ସରକାର ବିଧବା ଭତ୍ତା, ଅନ୍ତ୍ୟୋଦୟ  ଯୋଜନା ସାମିଲ, ସରକାରୀ ଆର୍ଥିକ ସହାୟତା ପ୍ରଦାନ, ବିଜୁପକ୍କା ଘର ବା ଆବାସ ଯୋଜନାରେ ସାମିଲ କଲେ ତାଙ୍କ ପରିବାର ମୁହଁରେ ହସ ଟିକେ ଖେଳି ପାରନ୍ତା । ନୂଆ କରି ଯୋଗ ଦେଇଥିବା  ପାଇକମାଲ ବିଡିଓ ସୁକୁମାରୀଙ୍କ ଦୁର୍ଦ୍ଦଶା ଉପରେ ସଦୟ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.