ଭଦ୍ରକ ;(ସତ୍ୟଭୂଷଣ ସ୍ବାମୀ ) ; ଭଦ୍ରକ, ନୂଆବଜାରରେ ଥିବା kids world ମୋବାଇଲ ଦୋକାନର ପଛପଟ କାନ୍ଥ କାଟି ଦୁର୍ବୁତ୍ତ ଲକ୍ଷାଧିକ ଟଙ୍କାର Mobile ନେଇ ଯାଇଥିବା ଜଣାପଡ଼ିଛି। ଦୋକାନ ଭିତରେ ଲାଗିଥିବା CC Cemera ରେ ଜଣେ ଯୁବକର ଫଟୋ ଉତ୍ତୋଳନ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। forensic ଟିମର ତଦନ୍ତ ପରେ ଅସଲ କଥା ଜଣାପଡିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହା କିଛି ନୂଆକଥା ନୁହେଁ । ଏପରି ଦୈନିକ ଚୋରି ଘଟଣା ସହର ଠାରୁ ଗାଁ ପର୍ଯ୍ୟନ୍ତ ଲମ୍ବିଛି କିନ୍ତୁ ପୁଲିସ କୁମ୍ଭକର୍ଣ୍ଣ ନିଦ୍ରାରେ । ମନ୍ଦିରରେ ଚୋରି, ଘରେ ଲୋକଙ୍କ ଉପସ୍ଥିରେ କବାଟ ତାଡିଦେଇ ଚୋରି, ଦୋକାନ ରୁ ଲୁଟ, ଗାଡି ଡିକି ଭାଙ୍ଗିକି ଟଙ୍କା ଲୁଟ ହେଲେ ପୁଲିସ ନିରୁପାୟ । ପୁଲିସ ସେମାନଙ୍କ Network ପାଉନଥିବା କଥା କହୁଥିବା ବେଳେ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏପରି ଅବ୍ୟବସ୍ଥା ବାବଦରେ 5T ଗୁରୁତ୍ୱ ଦେବା ଜରୁରୀ ।
Sign in
Sign in
Recover your password.
A password will be e-mailed to you.
Prev Post