ପଦ୍ମପୁର ବ୍ଳକରେ ବିଜୁ  କୃଷକ ଯୋଜନାର ଶୁଭାରମ୍ଭ  

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକର ଟାଲ ଗ୍ରାମରେ ଗତ ୨୧ ତାରିଖ ଦିନ ଓଡିଶା ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୁପ ସେଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଭୀର ନଳକୁପ ପାଇଁ ଆବେଦନ କରିଥିବା ଗ୍ରାମର ଚାଷୀଙ୍କ ଚାଷ ଜମିରେ ଗଭୀର ନଳକୁପ ଖନନ…

 ଶଙ୍ଖ ଫୁଙ୍କିଲେ ପ୍ରଣୟ 

ଗତକାଲି କଂଗ୍ରେସ ରୁ ଇସ୍ତଫା, ଆଜି ବିଜେଡିରେ ଯୋଗଦାନ | ସବୁ କିଛି ଯୋଜନାବଦ୍ଧ ଭାବେ ପୂର୍ବ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ହୋଇଛି ପ୍ରଣୟ ସାହୁଙ୍କ କ୍ଷେତ୍ରରେ | ଗତକାଲି କଂଗ୍ରେସ ବିରୋଧରେ ବିଷାଦଗାର କରି, କଂଗ୍ରେସ ବିରୋଧରେ ଗୋଷ୍ଠୀ କନ୍ଦଳର ଅଭିଯୋଗ କରି ତାଙ୍କୁ କଣଠେସା କରାଯାଇଥିବା…

ଶିକ୍ଷା , କୃଷି , ସ୍ୱାସ୍ଥ୍ୟ , ଜଳସେଚନ ଆଦି କ୍ଷେତ୍ରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବହୁପଛକୁ ଚାଲିଯାଇଛି : ଜୟଦେବ 

୨୩ରେ ଛେନାପଦି ଛକଠାରେ କଂଗ୍ରେସ ପକ୍ଷରୁ ଏକ ବିଶାଳ କୃଷକ ସମାବେଶ  ଆନନ୍ଦପୁର(ମକରଧ୍ବଜ ଜେନା)  ଶିକ୍ଷା , କୃଷି , ସ୍ୱାସ୍ଥ୍ୟ , ଜଳସେଚନ ଆଦି କ୍ଷେତ୍ରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବହୁପଛକୁ ଚାଲିଯାଇଛି । ନିଯୁକ୍ତି ନପାଇ ଏହି ନିର୍ବାଚନ ମଣ୍ଡଳିର ଲୋକେ ଦାଦନ ଖଟିବାକୁ ରାଜ୍ୟ…

ପୋଲିସ ସାଜିଛି ସରକାରୀ ଗୁଣ୍ଡା,ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ଆକ୍ରମଣ ନିନ୍ଦନୀୟ : ବିଜେପି

ଭୁବନେଶ୍ୱର -  ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି ଜାଣିପାରୁନାହାଁନ୍ତି ପୋଲିସ ଅଧିକାରୀ । ବେବିନାକୁ ନ୍ୟାୟ ଦେବା ଦାବି ନେଇ ମହିଳା ମାନେ ବିକ୍ଷୋଭ କରୁଥିବା ସମୟରେ ଜାଣିଶୁଣି ପୁରୁଷ ପୋଲିସ ଡ୍ୟୁଟିର ଆଳ ଦେଖାଇ…

ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ମାନସିକତାର ବ୍ୟକ୍ତି: ପ୍ରତାପ ଜେନା

ଭୁବନେଶ୍ୱର - ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି । ଏହି ଦୁର୍ନୀତିରୁ ସିଧାସଳଖ ଅର୍ଥ ସଂଗ୍ରହ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜନଗରରେ ଘଟିଥିବା ଉଜ୍ଜ୍ୱଳା ମହାଦୁର୍ନୀତି ଭାତ ହାଣ୍ଡିରୁ ଗୋଟିଏ । ଭୂତ ହିତାଧିକାରୀଙ୍କ ନାମରେ ଟାଙ୍କି ଉଠାଯାଇଛି । ହିତାଧିକାରୀଙ୍କ ଅଜାଣତରେ…

ବିଜେପି ନାରୀ ନିର୍ଯାତନାକୁ ଆଳ କରିଛି : ବିଜେଡି 

ଭୁବନେଶ୍ୱର, ୨୧ ଜାନୁଆରୀ -  ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ ଏବଂ ସେଥିଯୋଗୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା । ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା…

ପ୍ରସ୍ତାବିତ ଜଳେଶ୍ୱର- ଦୀଘା ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି 

ଭୁବନେଶ୍ୱର - ଜଳେଶ୍ୱର ଓ ଦୀଘା ମଧ୍ୟରେ ୪୧ କିମି ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧-୧୨ରେ ଜଳେଶ୍ୱର-ଦୀଘା…

ମହିଳା ମୋର୍ଚ୍ଚାର ଚୁଡି ଭେଟି ରାଲି  :ନବୀନ ନିବାସ ନଯାଇ ସଚିବାଳୟ ଗେଟରେ ଚୁଡି ବାନ୍ଧିଲେ,  ପୋଲିସ୍ ଉପରକୁ ଚୁଡି ମାଡ…

ଭୁବନେଶ୍ୱର - ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟା ବୃଦ୍ଧି ପାଇବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଲ୍ ଚୁଡି ଭେଟି ଦେବାପାଇଁ ନବୀନ ନିବାସ ନଯାଇ ସଚିବାଳୟ ଆଡକୁ ଗଲାବେଳେ ଲୋୟର ପିଏମ୍ଜି ଠାରେ ପୋଲିସ୍…

“ବିଜେଡିରୁ ଅଫର ଆସିଥିଲା”

ଭୁବନେଶ୍ୱର :  ବିଜେଡିରୁ ଅଫର ଅ।ସିଥିଲା । ଦଳରେ ମିଶିବାକୁ ଅନୁରୋଧ କରାଯାଇଥିଲା । ୧୫ ଦିନ ତଳେ ବି ଏନେଇ କଥାବାର୍ତା ହୋଇଥିଲେ ବୋଲି  କଂଗ୍ରେସ ଛାଡିବା ପରେ  କହିଛନ୍ତି ବିଜେପୁରର ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ |  ଇସ୍ତଫା ଦେବା ପରେ ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି  ଗତ…

“ବିଲକୁ ପାଣି ନାଇଁ, କାଳିଆ କାହା ପାଇଁ” 

ଭୁବନେଶ୍ୱର - କୃଷକମାନଙ୍କ ପାଇଁ ବିଜେଡ଼ି ସରକାର କାଳିଆ ଯୋଜନା ପ୍ରଣୟନ କରି ଭଣ୍ଡେଇବାକୁ ବସିଛନ୍ତି । ଚାଷୀମାନଙ୍କ ଜମିକୁ ପାଣି ଯୋଗାଇବା ପାଇଁ ସରକାର ୧୮ ବର୍ଷ ଭିତରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଚାଷଜମିକୁ ପାଣି ନାହିଁ,…