କେନ୍ଦ୍ରାପଡ଼ା:୧୧.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ାର ମିଳିତ ଆନୁକୂଳ୍ୟରେ ଅମ୍ଳାନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୃହତ୍ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର ୧୫୩୬ ଜଣ ଆଶା କର୍ମୀ, ୨୧୪୭ ଜଣ ଅଙ୍ଗନବାଡ଼ି କର୍ମୀ, ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ- ୨୬୯ ଜଣ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ -୧୮୦ ଓ ଜିଲ୍ଲାର ଉପସ୍ଥିତ ମୋଟ ଶିକ୍ଷକ ଶିକ୍ଷୟତ୍ରୀ ୨୦୦୦ ସମେତ ୬୧୩୨ ରୁ ଅଧିକ କ୍ଷେତ୍ର କର୍ମଚାରୀ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହାପରେ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ପୂର୍ବତନ ସି ଡି ଏମ୍ ଓ ତଥା ଅବସର ପ୍ରାପ୍ତ ନିର୍ଦ୍ଦେଶକ (ସ୍ପେସିଆଲ ସେକ୍ରେଟାରୀ- ଟେକ୍ନିକାଲ) ଡାକ୍ତର ମନୋରଞ୍ଜନ ରାଉତ ତାଙ୍କର ଜିଲ୍ଲା ପାଇଁ ଖୁବ୍ ଦାୟୀତ୍ୱ ଥିବାରୁ ଜିଲ୍ଲାପାଳଙ୍କ ସୂଚନା ପାଇ ଡାକ୍ତର ରାଉତ ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ, ମମତା ଦିବସ , ଟିକାକରଣ ଦିବସ ର ଗୁରୁତ୍ୱ ଓ ଅମ୍ଳାନ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତା ଙ୍କୁ ପ୍ରଶଂସା କରିଥିଲେ l ଏହାପରେ ସିଧାସଳଖ ଭର୍ଚୁଆଲ ମାଧ୍ୟମରେ ଅମ୍ଳାନ କାର୍ଯକ୍ରମର ଉପରେ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ସ୍ମୃତିଜିତ୍ ପଟ୍ଟନାୟକ ଓ କନ୍ସଲ୍ଟାଣ୍ଟ ସନ୍ଧ୍ୟାରାଣୀ ରାଉତ ବିଶେଷଭାବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୬ରୁ ୫୯ ମାସ ଶିଶୁ, ୫ରୁ ୯ ବର୍ଷ ଓ ୧୦ ରୁ ୧୯ ବର୍ଷ ସ୍କୁଲ ଯାଉଥିବା ପିଲା, ଗର୍ଭବତୀ, ପ୍ରସୂତୀ, ବିଦ୍ୟାଳୟକୁ ଯାଉନଥିବା କିଶୋରୀ ବାଳିକା ଏବଂ ୨୦ ରୁ ୨୪ ବର୍ଷ ବୟସ ମଧ୍ୟରେ ଗର୍ଭବତୀ ହୋଇନଥିବା ଓ ପ୍ରସୂତୀ ହୋଇନଥିବା ମହିଳା ମାନଙ୍କର ରକ୍ତହୀନତା ଓ ପୁଷ୍ଟିହୀନତା ଦୂରୀକରଣ କରି ପାରିଲେ ଜିଲ୍ଲା ତଥା ରାଜ୍ୟର ସ୍ୱାସ୍ଥ୍ୟ ବୃଦ୍ଧି ହୋଇପାରିବ l ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିଭାଗ, ଶିକ୍ଷା ବିଭାଗ ଓ ସରକାରଙ୍କର ଏସି . ଏସ. ଟି ବିଭାଗର କର୍ମକର୍ତ୍ତା ଜିଲ୍ଲା, ବ୍ଲକ୍ ଓ ସେକ୍ଟର ସ୍ତରରେ ଦାୟିତ୍ୱ ନେଲେ ଅମ୍ଳାନ କାର୍ଯ୍ୟକ୍ରମ ଠିକ୍ ଭାବେ ଚାଲିପାରିବ ବୋଲି କହିଥିଲେ l ବିଦ୍ୟାଳୟ ସ୍ତରରେ ଶିକ୍ଷା ବିଭାଗର ଦାୟିତ୍ୱ ଓ ମମତା ଦିବସରେ ସ୍ବାସ୍ଥ୍ୟ ଓ ମହିଳା ଓ ଶିଶୁ ବିକାଶ ବିଭାଗ ର ଦାୟୀତ୍ୱ ଅନ୍ତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆୟର ଉପସ୍ଥିତ ରହି ସବୁ ସ୍ଥାନ ରେ ସଠିକ୍ ପରିମାଣ ର ଆଇରନ ବଟିକା ଓ ଆଇରନ ସିରପ୍ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ l ଶିକ୍ଷା ବିଭାଗର ସ୍ମାର୍ଟ କ୍ଲାସ୍ ଭିତ୍ତିଭୂମିକୁ ବ୍ୟବହାର କରି ଏକାସାଙ୍ଗରେ ୬ ହଜାର ରୁ ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ଜିଲ୍ଲାପାଳଙ୍କ ଏକ ସ୍ୱତନ୍ତ୍ର ଅଭିନବ ପଦକ୍ଷେପ ବୋଲି ରାଜ୍ୟର ସମସ୍ତ ଅଧିକାରୀ ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ l
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଓ ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ା ପରିଚାଳନା କରିଥିଲେ l ଆଜି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଫାନନ୍ସିଆଲ ଅଧିକାରୀ ଆଶୁତୋଷ ତ୍ରିପାଠୀ ଙ୍କ ସମେତ ସମସ୍ତ ଡି ପି ଏମ୍ ୟୁ ର କର୍ମକର୍ତ୍ତା ସହିତ ବ୍ଲକ୍ ସ୍ତରରୁ ମେଡିକାଲ ଅଫିସର ଇନ୍ ଚାର୍ଜ ଙ୍କ ସମେତ ବି ପି ଏମ୍ ୟୁ ର କର୍ମକର୍ତ୍ତା ଏହି ତାଲିମ କାର୍ଯକ୍ରମକୁ ତଦାରଖ କରିଥିଲେ l
ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଡ଼.ସୁକାନ୍ତ କୁମାର ପ୍ରଧାନ ତାଲିମ କାର୍ଯକ୍ରମକୁ ସଂଯୋଜନା କରିଥିଲେ l ୧୦୦ ରୁ ଉର୍ଦ୍ଧ୍ବ ସ୍ମାର୍ଟ କ୍ଲାସରେ ତାଲିମ ପ୍ରଦାନ କରାଯାଇଥିଲା l କାର୍ଯକ୍ରମରେ
ସି ଡି ପି ଓ ଙ୍କ ସମେତ ମହିଳା ସୁପରଭାଇଜର, ବ୍ଲକ୍ ଶିକ୍ଷା ଅଧିକାରୀ, ସହ ଶିକ୍ଷା ଅଧିକାରୀ ଏବଂ ବି ଆର୍ ସି ସି ଓ ସି ଆର ସି ସି ଏବଂ ନୋଡାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ l ଶେଷରେ ଡିପିଏମ୍ ଡ଼.ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
କେନ୍ଦ୍ରାପଡ଼ା ଜିଲ୍ଲାର ୬ ହଜାରରୁ ଊର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭି. ସି ମାଧ୍ୟମରେ ଅମ୍ଳାନ କାର୍ଯ୍ୟକ୍ରମ ଉପରେ ତାଲିମ l
- Hits: 55







