ହେଡଲାଇନସ୍:

ଆଚାର୍ଯ୍ୟ, ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା , 11/06,-(ଶିବରାମ ଚୌଧୁରୀ )-ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ଗତ ଆଠ ତାରିଖରୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସରେ ପ୍ରଶିକ୍ଷାର୍ଥି ମାନଙ୍କୁ ସଂଗଠନର ଗୁରୁତ୍ଵ ଓ ଏହାର ବ୍ୟବହାର କୌଶଳକୁ ସୁନ୍ଦର ଭାବରେ ଯନ୍ତ୍ରପାତି ସହ କାହ୍ନୁ ଚରଣ ବାଡତ୍ୟା ଉପସ୍ଥାପନ କରିଥିଲେ। ମଥୁରା ମହନ୍ତ ସୁନ୍ଦର ରାମଦାସ ମହାରାଜ ସନ୍ଧ୍ୟା କାର୍ଯ୍ୟକ୍ରମରେ ଦିବ୍ୟ ପ୍ରବଚନ ମଧ୍ୟମରେ ଜୀବର ମୁକ୍ତି ବିଷୟରେ ଆଲୋଚନା କରିଥିଲେ। ବାଟିକା ସଂଭାଗକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ନନ୍ଦ ଏବଂ ପ୍ରାଥମିକ ବିଭାଗକୁ ଦିଗାମ୍ବର ହୋତା,ପ୍ରଭାକର ପ୍ରଧାନ ଉଚ୍ଚକୋଟୀର ଶିକ୍ଷା ପ୍ରଦାନ କରିଥିଲେ। ସଂସ୍ଥାନର କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ ଓ ଶାରୀରିକ ପ୍ରମୁଖ,କାର୍ଯ୍ୟାଳୟର ସମ୍ପାଦକ ତଥା ବର୍ଗାଧିକାରୀ ଅଗସ୍ତି ବରାଡ,ପଞ୍ଚୁ ପ୍ରଧାନ,ହର ପ୍ରସାଦ ଆଚାର୍ଯ୍ୟ,ବିଦ୍ୟାଧର ଷଡ଼ଙ୍ଗୀ,ଅରୁଣ କୁମାର ମିଶ୍ର,ମିନତି ବିଷୋୟୀ,ଭଗବାନ ସାହୁ,ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା,ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବେ ପରିଚାଳିତ ହୋଇଥିଲା।

0
0
0
s2sdefault