ବସ୍ତା ୧୧/୬ :ଗୁରୁବାର ସକାଳ ପ୍ରାୟ ୭:୩୦ ଘଟିକା ସମୟରେ ୧୬ ନଂ ଜାତୀୟ ରାଜପଥ ର ରାଜଘାଟ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ସାମ୍ନାରେ ଯାଉଥିବା ବାଇକକୁ ପଛରୁ ଧକ୍କା ଦେବାରୁ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନାରୁ ପ୍ରକାଶ ଓଡି ୦୧ ଏଏସ ୨୦୫୦ ନମ୍ବର ବିଶିଷ୍ଟ ବାଇକରେ ବସ୍ତା ବ୍ଲକ କାଦରାୟାଁ ଗ୍ରାମର ସେକ ହୁସେନ ତାଙ୍କ ମା କୋରେସା ବିବି ଓ ୮ ମାସର ଗର୍ଭବତୀ ଭଉଣୀ ଶର୍ମିଲା ବିବି ଙ୍କୁ ନେଇ ଜଳେଶ୍ୱର ର ଏକ ଘରୋଇ ଡାକ୍ତରଖାନା କୁ ଅଲଟ୍ରାସାଉଣ୍ଡ କରିବାକୁ ଯାଉଥିବା ସମୟରେ ରାଜଘାଟ ପୋଲ ଉପରେ ହଠାତ ବାଇକ ସ୍ଲୋ ହେବାରୁ ପଛରୁ ଆସୁଥିବା ଏପି ୩୯ ଭିଏଫ ୧୫୬୭ ବିଶିଷ୍ଟ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସମସ୍ତେ ପୋଲ ଉପରେ ଛିଟିକି ପଡିଥିଲେ, ସ୍ଥାନୀୟ ଲୋକ ଓ ରାଜପଥ ପାଟ୍ରୋଲିଂ ପୋଲିସ ତୁରନ୍ତ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମା ପୁଅ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଗର୍ଭବତୀ ଶର୍ମିଲାଙ୍କ ଅଣ୍ଟାରେ ଗଭୀର ଆଘାତ ଓ ଅନ୍ତଃ ରକ୍ତସ୍ରାବ ହୋଇଛି। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇଯିବାରୁ ରାଜଘାଟ ପୋଲ ଉପରେ ପ୍ରାୟ ଏକଘଣ୍ଟା ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଜଳେଶ୍ୱର ପୋଲିସ ପହଞ୍ଚି ଦୁଇ ଦୁର୍ଘଟଣା ଗାଡିକୁ ହଟାଇବା ସହ ନିଜ ହେପାଜତକୁ ନେବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।(
ରାଜ୍ୟ
ରାଜଘାଟ ପୋଲ ଉପରେ ଦୁର୍ଘଟଣା:ବାଇକକୁ ଧକ୍କା ଦେଲା ଟ୍ରକ,୩ ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଗୁରୁତର।
- Hits: 65







