କୁଚିଣ୍ଡା, (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ତିନୋଟି ବ୍ଲକରେ ବୁଧବାର ଦିନ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଯଥା - କୁଚିଣ୍ଡା, ଜମନକିରା, ବାମରା ଠାରେ ସମ୍ବଲପୁର ଔଷଧ ବିକ୍ରେତା ସଂଘ ଡାକରାରେ ଅନଲାଇନ୍ ଔଷଧ ବିକ୍ରି ଉପରେ ରୋକ୍ ଲଗାଇବା ଦାବିରେ କୁଚିଣ୍ଡା, ଜମନକିରା, ଓ ବାମରାରେ ସବୁ ଔଷଧ ଦୋକାନ ବନ୍ଦ ରହିଥିଲା । ଫଳରେ ସାଧାରଣ ଲୋକେ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନଲାଇନ୍ ଔଷଧ ଯୋଗୁଁ ସ୍ଥାନୀୟ ପଞ୍ଜୀକୃତ ଦୋକାନୀ କ୍ଷତିରେ ପଡ଼ିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ସମସ୍ତ ଔଷଧ ଦୋକାନ ବନ୍ଦ କରାଯାଇଥିଲା ।
ରାଜ୍ୟ
ଔଷଧ ଦୋକାନ ବନ୍ଦ; ଲୋକେ ହଇରାଣ
- Hits: 13







