ହେଡଲାଇନସ୍:

ଅଚାନକ ଗାରାବନ୍ଧ ପ୍ରାଥମିକ ଚିିକିତ୍ସାଳୟ ଗ୍ରସ୍ତ କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟ କୁ ଅଚାନକ ଗ୍ରସ୍ତ କରିଥିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହି। ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ ଆସି ପହଞ୍ଚିଥିଲେ।
ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ କି ଏହି ଚିକିତ୍ସାଳୟ ଠିକ୍ ସମୟ ରେ ଖୋଲା ଯାଉନାହିଁ , ଏହି ଅଞ୍ଚଳ ବାସି ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି , ତେଣୁ ସ୍ଥାନୀୟ ଲୋକେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ୨୪ ଘଣ୍ଟିଆ ଖୋଲିବା ପାଇଁ ଦାବି ରଖିଛନ୍ତି। ବିଧାୟକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଡିଲେ ବିଭାଗୀୟ ଅଧିକାରୀ ଓ ବିଭିଗୀୟ ମନ୍ତ୍ରୀ ଙ୍କୁ ଅବଗତ କରାଇ ୨୪ ଘଣ୍ଟିଆ ଖୋଲିବା ପାଇଁ ଓ ଆବଶ୍ୟକ ଥିବା କର୍ମଚାରୀ ନିଯୁକ୍ତି କରିବା ପାଇଁ ନିବେଦନ କରିବେ ବୋଲି ଜଣାଇଛନ୍ତି। ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

0
0
0
s2sdefault