ଭୁବନେଶ୍ୱର, ମେ ୨୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରେସ୍ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ୨୯ ଇଂଚ ସିଟ୍ଫେଡ୍ ଅଫ୍ସେଟ ପ୍ରେସ୍ ‘କୋମୋରି ଏନ୍ଥ୍ରୋନ୍ ଜି-୨୯’କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବୁଧବାର ଶୁଭାରମ୍ଭ କରିଛନ୍ତି ।
ପ୍ରିନ୍ଟିଙ୍ଗ୍ ସରଞ୍ଜାମ କ୍ଷେତ୍ରରେ କୋମୋରି ହେଉଛି ଜାପାନର ଏକ ଅଗ୍ରଣୀ କମ୍ପାନୀ ।ଏହି ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ନୂତନ ପ୍ରିନ୍ଟିଂ ପ୍ରେସର ଏକା ସଂଗେ ଏକ ଘଂଟାରେ ୧୩ ହଜାର ସିଟ୍ ବାହାର କରିବାର କ୍ଷମତା ରହିଛି ଏବଂ ଏହା ବିଶ୍ୱବିଦ୍ୟାଳୟର ଆବଶ୍ୟକତାକୁ ପୂରଣ କରିବାରେ ଖୁବ ଉପଯୋଗୀ ହୋଇପାରିବ ବୋଲି ସୋଆ ପ୍ରେସ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ପଟ୍ଟନାୟକ କହିଛନ୍ତି ।
ଏହି ପ୍ରିନ୍ଟିଂ ପ୍ରେସ୍ ଦ୍ୱାରା ଜର୍ନାଲ୍, ବ୍ରୋସିୟର, ପୁସ୍ତକ, ନୁ୍ୟଜ ବୁଲେଟିନ୍, କ୍ୟାଲେଣ୍ଡର ଏବଂ ଅନ୍ୟାନ୍ୟ ପ୍ରିନ୍ଟିଂ ମ୍ୟାଟେରିଆଲ୍ ଛାପିବାରେ ସହାୟକ ହୋଇପାରିବ ।
ରାଜ୍ୟ
ସୋଆ ପ୍ରେସରେ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଅତ୍ୟାଧୁନିକ ୪- କଲର ଅଫ୍ସେଟ ପ୍ରେସ୍ ଉଦ୍ଘାଟିତ
- Hits: 84







