ହେଡଲାଇନସ୍:

ଓଡିଶା ମେଟାଲିକ ବିରୋଧ ରେ ଚାଲିଥିବା ଧାରଣା କୁ ସମସ୍ତେ ସମର୍ଥନ କରନ୍ତୁ, ଏହା ଆମର ହକ ର ଲଢେଇ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା, ୨୦/୫, ଓଡିଶା ମେଟାଲିକ କମ୍ପାନୀ ବିରୋଧ ରେ ଚାଲିଥିବା ଧାରଣା କୁ ନେଇ ସମସ୍ତେ ସମର୍ଥନ କରିବା ସହିତ ଧାରଣା ରେ ବସିଥିବା ଲୋକ ଙ୍କୁ କିଛି ଲୋକ ମିଥ୍ୟା ଅପବାଦ ଦିଆ ଯାଉଥିବାରୁ ଏହାକୁ ପ୍ରତିବାଦ କରି ବୁଧୁବାର ଅପରାହ୍ନ ରେ ଝାରସୁଗୁଡା ର ଏକ ଘରୋଇ ହୋଟେଲ ରେ ମରାକୁଟା ସରପଞ୍ଚ ଲିଲି ତନ୍ତି ଏବଂ ଗ୍ରାମବାସୀ ଙ୍କ ଦ୍ୱାରା ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇ ଯାଇଛି |ସରପଞ୍ଚ ଲିଲି ତନ୍ତୀ ପ୍ରେସ ମିଟ ରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ମସିହାରେ ସେ ନିର୍ବାଚିତ ହେବା ପରଠାରୁ ସ୍ଥାନୀୟ କମ୍ପାନୀ ସହ ଗ୍ରାମବାସୀଙ୍କ ନିଯୁକ୍ତି ଏବଂ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହୋଇଥିବା ଚୁକ୍ତିନାମାକୁ କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ଅବହେଳା କରିଆସୁଛନ୍ତି।
​ଆମେ ଗତ ୨୦୨୨ ମସିହାରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛୁ, ୨୦୨୩ରେ ଆନ୍ଦୋଳନ କରିଛୁ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ-ତିନି ଥର ତ୍ରିସ୍ତରୀୟ ଶୁଣାଣି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜନପ୍ରତିନିଧି ଭାବେ ଲୋକଙ୍କ ସୁଖ-ଦୁଃଖ ବୁଝିବା ଆମର କର୍ତ୍ତବ୍ୟ, ସେଥିପାଇଁ ଗ୍ରାମବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଆମେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହୋଇଛୁ।​କମ୍ପାନୀ ପକ୍ଷରୁ ବାହାର ଲୋକଙ୍କୁ ଆଣି ଆନ୍ଦୋଳନ କରାଯାଉଛି ବୋଲି ଦିଆଯାଉଥିବା ବୟାନକୁ ସରପଞ୍ଚ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନରେ କେବଳ ମରାକୁଟା , ବ୍ରଜରାଜନଗର ଓ ଇବ, ଜମେରା ଅଞ୍ଚଳର ସ୍ଥାନୀୟ ପ୍ରଭାବିତ ଲୋକମାନେ ହିଁ ସାମିଲ ଅଛନ୍ତି, ଯାହା ଗଣମାଧ୍ୟମର କ୍ୟାମେରାରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।​ଜମି ହରାଇଥିବା ଲୋକଙ୍କୁ ଉପଯୁକ୍ତ ଚାକିରି ପ୍ରଦାନ ଏବଂ ଗ୍ରାମର ବିକାଶମୂଳକ କାର୍ଯ୍ୟକୁ ତୁରନ୍ତ ସମ୍ପାଦନ କରିବା ପାଇଁ ସେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ସମସ୍ତ ପକ୍ଷଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ସେହିପରି ମରାକୁଟା ଗ୍ରାମ ବାସିନ୍ଦା ବିରଞ୍ଚି ମେହେର କହିଛନ୍ତି ଯେ ଆମେ ଗତ ୮ଦିନ ଧରି ଆନ୍ଦୋଳନ କରିଥିବା ବେଳେ କିଛି କୁଚକ୍ରୀ ଗୋଷ୍ଠୀ ଏହାକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିଥିଲେ |ଆମେ ଆନ୍ଦୋଳନ ପୂର୍ବ ରୁ ସର୍ବ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଆଜି ଯେଉଁମାନେ ଆମ କୁ ବିରୋଧ କରୁଛନ୍ତି ସେହିମାନେ ଉକ୍ତ ସର୍ବ ସ୍ତରୀୟ ବୈଠକ ରେ ଏହି ଆନ୍ଦୋଳନ କରିବା ପ୍ରସ୍ତାବ ଦେଇଥିଲେ |ଆମକୁ ଯେଉଁ ବାହାର ଲୋକ ଆଣି ବିକ୍ଷୋଭ କରୁଛନ୍ତି ବୋଲି କହିଛନ୍ତି ତାହା ସମ୍ପୂର୍ଣ ମିଥ୍ୟା ଅଟେ |ଏହି ଆନ୍ଦୋଳନ ରେ ମରାକୁଟା, ଜମେରା, ଇବ ତଥା ସ୍ଥାନୀୟ ଅଂଚଳ ର ଜନ ପ୍ରତିନିଧି, ସାଧାରଣ ଗ୍ରାମବାସୀ ଉପସ୍ଥିତ ଥିଲେ, ଯାହାର ଜ୍ୱଳନ୍ତ ପ୍ରମାଣ ଗଣ ମାଧ୍ୟମ ଅଟେ |ଏହି ଆନ୍ଦୋଳନ ଆଜିର ନୁହେଁ, ଏହା ଏକ ଦୀର୍ଘ ଦିନ ର ଲଢେଇ ଅଟେ |ଆମକୁ କମ୍ପାନୀ ସବୁ କ୍ଷେତ୍ର ରେ ଛଲନା କରି ଠକିବାରୁ ଆମେ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇଛୁ |ଗତ କିଛି ଦିନ ହେବ ସରକାରୀ ଦଳ ର ବିଧାୟକ ଙ୍କ ନେତୃତ୍ୱ ରେ ଆନ୍ଦୋଳନ ହୋଇଥିଲା, ପରେ କମ୍ପାନୀ ସହିତ ସଲାସୁତୁରା କରି ଆନ୍ଦୋଳନ ବନ୍ଦ କରିଥିଲେ |ବର୍ତମାନ କମ୍ପାନୀ ଗୋଟିଏ ବ୍ୟକ୍ତି ଙ୍କୁ ନିଯୁକ୍ତି ଦେଇ ନ ଥିବା ବେଳେ ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏଥିରେ ତିଳେମାତ୍ର ସହଯୋଗ କରି ନ ଥିଲେ |ବିଧାୟକ ତ୍ରିପାଠୀ ଙ୍କ ସମର୍ଥକ ମାନେ ମଧ୍ୟ ବର୍ତମାନ ନିଯୁକ୍ତି, ସ୍ଥାନୀୟ ଅଂଚଳ ସମସ୍ୟା ତଥା କମ୍ପାନୀ ର ବେଆଇନ କାର୍ଯ୍ୟ କଳାପ ଉପରେ ଏଯାଏଁ ହସ୍ତକ୍ଷେପ କରି ନାହାନ୍ତି |ବରଂ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଆନ୍ଦୋଳନ କୁ ସମର୍ଥନ କରିଥିବାରୁ ଆମେ ଅଞ୍ଚଳ ବାସୀ କୃତଜ୍ଞ ବୋଲି ଗ୍ରାମବାସୀ ଙ୍କ ତରଫରୁ କୁହାଯାଇଛି | ଆଗାମୀ ଦିନ ରେ ଆମ୍ଭ ଗ୍ରାମବାସୀ ତଥା ଅଂଚଳ ବାସୀ ଙ୍କ ଦାବୀ ଗୁଡିକ ପୂରଣ ନ ହେଲେ ବିରାଟ ଜନ ଆନ୍ଦୋଳନ ର ରୂପ ନେବ ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ପ୍ରେସ ମିଟ ରେ ମରାକୁଟା ଗ୍ରାମବାସୀ ସୂଚନା ଦେଇଛନ୍ତି |ଏହି ପ୍ରେସ ମିଟ ସମୟ ରେ ସରପଞ୍ଚ ଲିଲି ତନ୍ତୀ, ସମିତି ସଭ୍ୟା ସୁଜାତା ମେହେର ବିରଞ୍ଚି ମେହେର,ନାଇବ ସରପଞ୍ଚ ଆଶିଷ ଗର୍ଡିଆ,ସୁଶାନ୍ତ ବାରିକ, ସତ୍ୟ ପ୍ରକାଶ ସାହୁ,ଡିଲେଶ୍ୱର୍ ମେହେର,ନୃପଲାଲ ମେହେର,ପୂର୍ବତନ ସରପଞ୍ଚ ସନ୍ତୋଷିନି କାଲୋ,ପୂର୍ବତନ ସରପଞ୍ଚ ସୁଦାମ ବାରିକ,ପୂର୍ବତନ ସରପଞ୍ଚ ଇନ୍ଦୁମତୀ ମେହେର,ହିମାଂଶୁ ସେଠ, ସୁରେଶ ବରିହା,ଟିକଲାଲ ମେହେର,ରମେଶ ଦୀପ,ଅର୍ଜୁନ ବାରିକ,ପ୍ରଶାନ୍ତ ବାରିକ, ଅଶୋକ ଦଳେଇ,କ୍ଷୀରୋଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault