ହେଡଲାଇନସ୍:

ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବ୍ରହ୍ମପୁର : ଗତ ସୋମବାର ରାତିରେ ଟାଉନ ଥାନା ଅର୍ନ୍ତଗତ ଗିରି ରୋଡ୍ ରାସ୍ତାରେ ଘଟିଥିବା ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ରାଜ୍ ମାଲହୋତ୍ରା ଓ ରିଙ୍କୁ ସାମଲ ନାମକ ଦୁଇ ଜଣ ଯୁବକ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ଦିନ ରାତି ୯ ଟା ବେଳେ ଦୁଇ ଜଣ ଯୁବକ ଓ ଯୁବତୀ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ କିଛି ଯୁବକ ବଡ଼ ବଡ଼ ମୁଳି ଦ୍ଵାରା ନିର୍ଘାତ ମାଡ଼ ମାରିଥିଲେ। ଯାହାକି ଉକ୍ତ ଘଟଣାରେ ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ତତକ୍ଷଣାତ୍ ପଦକ୍ଷେପ ଗ୍ରହଣ କରି ନିଜ କର୍ମଚାରୀଙ୍କ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ଦୁଇ ଯୁବକ କୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି।

0
0
0
s2sdefault