ହେଡଲାଇନସ୍:

ଜାତୀୟ ଯୁବ ପ୍ରକଳ୍ପ ଦ୍ୱାରା ବାରିପଦା ଠାରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଆଧାର ପବ୍ଲିକ ସ୍କୁଲ ପରିସରରେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ତରଫରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ ହୋଇଛି। ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କର ପ୍ରତିଭାକୁ ବିକଶିତ କରିବା ଏବଂ ସେମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଜାତୀୟ ଯୁବ ପ୍ରକଳ୍ପ ଓଡିଶା ତରଫରୁ 'ଗ୍ରୀଷ୍ମକାଳୀନ ଶିଶୁ ଶିବିର' ଆରମ୍ଭ ହୋଇଯାଇଛି। ବିଦ୍ୟାଳୟଗୁଡ଼ିକରେ ଖରା ଛୁଟି ହୋଇଥିବାରୁ ପିଲାମାନେ ଘରେ ବସି ମୋବାଇଲ୍ ଗେମ୍ ବା ଟିଭିରେ ସମୟ ନଷ୍ଟ ନକରି, ଏହି ଶିବିର ମାଧ୍ୟମରେ ନୂଆ ନୂଆ ଜିନିଷ ଶିଖିବାକୁ ବେଶ୍ ଉତ୍ସାହ ପ୍ରକାଶ କରୁଛନ୍ତି। ଏହି ସମର କ୍ୟାମ୍ପଗୁଡ଼ିକରେ କେବଳ ପାଠପଢ଼ା ନୁହେଁ, ବରଂ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ ମୁଖ୍ୟତଃ: ଚିତ୍ରାଙ୍କନ ଓ ହସ୍ତଶିଳ୍ପ (Art & Craft), ବର୍ଜ୍ୟବସ୍ତୁରୁ ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ଚିତ୍ରକଳା, ନୃତ୍ୟ ଓ ସଙ୍ଗୀତ (Dance & Music), ପାରମ୍ପରିକ ଏବଂ ଆଧୁନିକ ନୃତ୍ୟ ସହ ସଙ୍ଗୀତ ଶିକ୍ଷା, ଯୋଗ ଓ ଆଧ୍ୟାତ୍ମିକତା (Yoga & Meditation), ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ, ସାଧାରଣ ଜ୍ଞାନ ଓ ବ୍ୟକ୍ତିତ୍ୱ ବିକାଶ (GK & Personality Development), ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ଭିତରେ ଲୁଚି ରହିଥିବା ସୁପ୍ତ ପ୍ରତିଭାର ବିକାଶ ଘଟିଥାଏ। ଅଭିଭାବକମାନେ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଛନ୍ତି। ସେମାନଙ୍କ ମତରେ, ଏହି ଶିବିରଗୁଡ଼ିକ ପିଲାମାନଙ୍କୁ ଶୃଙ୍ଖଳିତ କରିବା ସହ ଅନ୍ୟ ପିଲାମାନଙ୍କ ସହ ମିଶି କାମ କରିବାର (Teamwork) ମନୋଭାବ ଜାଗ୍ରତ କରାଏ।
୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିର ଅନ୍ତିମ ଦିନରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ କୁନି ପ୍ରତିଭାଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଶିବିର ଆରମ୍ଭରେ ବିଶିଷ୍ଟ ସମାଜସେବୀ ସଂଜୀବ ଘୋଷ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିବା ବେଳେ, ଦ୍ଵିତୀୟ ଦିନ ଲକ୍ଷ୍ମୀକାନ୍ତ କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ ପୁଷ୍ପା ପାତ୍ର, ତୃତୀୟ ଦିନ ବିଶିଷ୍ଟ ସାହିତ୍ଵିକ ପଦ୍ମନାଭ ସାହୁ ଏବଂ ଚତୁର୍ଥ ଦିନ ଏମଏସସିବି ବିଶ୍ୱବିଦ୍ୟାଳୟର ପୂର୍ବତନ ଏନଏସଏସ ସଂଯୋଜିକା ଡ଼ ଉଷାରାଣି ଶତପଥୀ ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଏହି ଶିବିରକୁ ଶିବିର ସଂଯୋଜିକା ରୁପାଲୀ ହାତୀ ପରିଚାଳନା କରୁଥିବା ବେଳେ ସ୍ବେଛାସେବୀ ପୁଷ୍ପା ବାରିକ, ପଦ୍ମିନୀ ମୂଖୀ, ପ୍ରତୀକ୍ସା ସାହୁ, ସସ୍ମିତା ଟୁଙ୍ଗ, ଦେବସ୍ମିତା ମହାନ୍ତ, ଅଭିଷେକ ପାତ୍ର ପ୍ରମୁଖ ସହଯୋଗ କରୁଥିବା ବେଳେ, ସଂଗଠନର କାର୍ଯ୍ୟକାରୀ ସଭାପତି ସମରେନ୍ଦ୍ର ବସା, ଉପସଭାପତି ଅଶୋକ କୁମାର ପୃଷ୍ଟି, ଉପଦେଷ୍ଟା ପ୍ରଣତି ଦାସ, ଜିଲ୍ଲା ସଂଯୋଜକ ମଳୟ ନାୟକ, ସକ୍ରିୟ ସଦସ୍ୟ ଅଶ୍ୱନୀ ମହାନ୍ତ, ବର୍ଷା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ସଂଯୋଜିକା ରୁପାଲୀ ହାତୀ ସୂଚନା ଦେଇଛନ୍ତି। ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

0
0
0
s2sdefault