ହେଡଲାଇନସ୍:

ଗୋଲଗାଁ ସେବା ସମବାୟ ସମିତି: ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର ବୈଠକ, ପିଅନ ନିଲମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଏହା ଆଇନ ସମ୍ମତ ନୁହେଁ,ଉପନିବନ୍ଧକ ସମବାୟ ସମିତି ସମୂହ


ଓଡ଼ଗାଁ ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ଗୋଲଗାଁ ସେବା ସମବାୟ ସମିତିରେ  ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର ବୈଠକଡାକି  ପିଅନଙ୍କୁ  ନିଲମ୍ବିତ କରାଯାଇଥବା ଅଭିଯୋଗ ହୋଇଛି |

ଅଭିଯୋଗ ଅନୁଯାୟୀ ,ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅର୍ନ୍ତଗତ ଗୋଲଗାଁ ସେବା ସମବାୟ ସମିତି ଲିଃରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ପ୍ରଦୀପ କୁମାର ମହାପାତ୍ରଙ୍କୁ ସହ ସମ୍ପାଦକ ଭାବରେ ପଦୋନ୍ନତି ଦେବା ପାଇଁ ଚଳିତ ବର୍ଷ ଅପ୍ରେଲ ୦୧ ତାରିଖ ସୁଦ୍ଧା ଦୁଇ ଲକ୍ଷ ଟଙ୍କା ଦେବା ନିମନ୍ତେ ସମବାୟ ସମିତି ସଭାପତି ବିଜୟ କୁମାର କୁମାର ପ୍ରଧାନ ପ୍ରଦୀପକୁ ସମୟସୀମା ଧାର୍ଯ୍ୟ କରିଥିଲେ।
ପ୍ରଦୀପ ଟଙ୍କା ନଦେବାରୁ ସଭାପତି ନିଜେ ଅନୁପସ୍ଥିତି ରହି ତାଙ୍କ ପ୍ରରୋଚନାରେ ଅନ୍ୟ ଜଣେ ଡାଇରେକ୍ଟରଙ୍କ ସଭାପତିତ୍ବରେ ଗତ ୧୫ ତାରିଖରେ ସମିତିର ଏକ ସ୍ବତନ୍ତ୍ର ବୈଠକ ଡକାଇ ପ୍ରଦୀପଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।ଧାର୍ଯ୍ୟ ସମୟସୀମା ମଧ୍ୟରେ ଟଙ୍କା ନଦେଲେ ପ୍ରଦୀପଙ୍କୁ ନିଲମ୍ବନ କରିବାକୁ ପୂର୍ବରୁ ସଭାପତି ଦେଇଥିବା ଚେତାବନୀ ସମ୍ପର୍କରେ ପ୍ରଦୀପଙ୍କ ସ୍ତ୍ରୀ ଗୋଲଗାଁ ସମବାୟ ସେବା ସମିତିର ସମ୍ପାଦିକା, ନୟାଗଡ଼ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ(ଏଆରସିଏସ) ଏବଂ ଉପନିବନ୍ଧକ ସମବାୟ ସମିତି ସମୂହ(ଡିଆରସିଏସ)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଏ ସମ୍ପର୍କରେ ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପନିବନ୍ଧକ ଅନନ୍ତ କୁମାର ନାୟକ କହିଛନ୍ତି ଯେ ବେଆଇନ ଉପାୟରେ ପ୍ରଦୀପଙ୍କୁ ନିଲମ୍ବିତ କରିବା ସ୍ବୀକାର୍ଯ୍ୟ ନୁହେଁ। କାରଣ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ(ଏଆରସିଏସ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ତା୧୪.୦୫.୨୦୨୬ରିଖ ଜାରି ହୋଇଥିବା ପତ୍ର ଅନୁସାରେ ଯେ, ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କୀତ ଅଭିଯୋଗର ପ୍ରଶାସନିକ ସ୍ତରୀୟ ତଦନ୍ତ ସରିନାହିଁ,ସେ ପର୍ଯ୍ୟନ୍ତ ତୁମେ ସମିତିର ପିଅନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ ବୋଲି ଗୋଲଗାଁ ସମବାୟ ସମିତି ସଭାପତିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ରହିଥିଲା। ହେଲେ ଏଆରସିଏସ ୧୪ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଗୁରୁତ୍ଵ ନଦେଇ ୧୫ ତାରିଖରେ ଜଣେ ଡାଇରେକ୍ଟରଙ୍କ ଅସ୍ଥାୟୀ ସଭାପତିତ୍ବରେ ସ୍ବତନ୍ତ୍ର ବୈଠକ ଡକାଇ ପ୍ରଦିପଙ୍କୁ ନିଲମ୍ବନ କରାଗଲା। ସୂଚନା ଥାଉକି ଏହି ପିଅନ ଚାକିରି ପାଇଁ ପୂର୍ବରୁ ସମିତିର ପ୍ରଦିପଙ୍କ ଠାରୁ ସମ୍ପାଦକଙ୍କ ସମ୍ମୁଖରେ ସଭାପତି ବିଜୟ ପ୍ରଧାନ ୩ ଲକ୍ଷ ୪୨ହଜାର ଟଙ୍କା ବଳପୂର୍ବକ ନେଇଥିବା ନେଇ ପ୍ରଦିପଙ୍କ ପତ୍ନୀ ମମତା ମହାପାତ୍ର ଅଭିଯୋଗ କରିଛନ୍ତି। ତେବେ ସହ ସମ୍ପାଦକ ପଦବୀ ପାଇଁ ୫ ଲକ୍ଷ ଟଙ୍କା ଦେବାକୁ ପଡୁଥିବା ବେଳେ ପ୍ରଦିପ ଆଉ ୨ ଲକ୍ଷ ଟଙ୍କା ଦେଲେ ପଦୋନ୍ନତି ମିଳିବ। ନତୁବା ସଭାପତି ଅନ୍ୟ ଜଣଙ୍କୁ ଉକ୍ତ ପଦବୀରେ ରଖିବେ।ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନନ କରି ତାଙ୍କ ସ୍ୱାମୀକୁ ଉଚିତ୍ ନ୍ୟାୟ ମିଳୁ। ନତୁବା ସ୍ତ୍ରୀ ମମତା ନ୍ୟାୟ ପାଇଁ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦେବେ।

0
0
0
s2sdefault