ହେଡଲାଇନସ୍:

ପତ୍ରାପାଲିରେ ବିଶ୍ୱ ମହୁମାଛି ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଇକେରା: ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତ ଅଧିନସ୍ଥ ପତ୍ରାପାଲି ଗ୍ରାମରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ବ୍ଲକ ସ୍ତରୀୟ ମହୁମାଛି ଦିବସ ବୁଧୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ପ୍ରମିଳା ମାରାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୁ ର ଉପକାରିତା ଓ ମହୁ କିପରି ଉତ୍ପାଦନ କରିବା ସେ ବିଷୟରେ ବର୍ଣ୍ଣନା କରିଥିଲେ l ଏଥିରେ ସହକାରୀ ଶିକ୍ଷକ ସନ୍ତୋଷ କିସାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମହୁ ଚାଷ କରି ଚାଷୀ ମାନେ କିଭଳି ସ୍ୱାବଲମ୍ବୀ ହୋଇ ଅର୍ଥ ରୋଜଗାର କରିପାରିବେ ସେ ବିଷୟରେ ସୂଚନା ଦେଇଥିଲେ l ଏଥିରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀର ସରୋଜିନୀ ପଟେଲ, ଭଗବାନ ନାଗ, ଟ୍ରେନର ହରେଶ ପଟେଲ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ l ଶେଷରେ ଲଲାଟେଣ୍ଡୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault