ହେଡଲାଇନସ୍:

ଗୌଡ଼ପୁଟର ପୁଅ ଆର୍ଯ୍ୟ ଅନୁରାଗ ନୟାଗଡ଼ ଜିଲ୍ଲା ଟପର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୫।୫(ଶ୍ରୀକାନ୍ତ କୁମାର ମିଶ୍ର): ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ସିବିଏସଇ ବୋର୍ଡ ପକ୍ଷରୁ ପ୍ରକାଶିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳରେ ନୟାଗଡ଼ ଜିଲ୍ଲାର ଗୌରବ ବଢ଼ାଇଛନ୍ତି, ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗ୍ରାମର ଛାତ୍ର ଆର୍ଯ୍ୟ ଅନୁରାଗ ପରିଡା। ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ର ଏହି ମେଧାବୀ ଛାତ୍ର ୯୬ ପ୍ରତିଶତ ନମ୍ବର ରଖି ନୟାଗଡ଼ ଜିଲ୍ଲାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ଆର୍ଯ୍ୟ ଅନୁରାଗ ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ନଳିନୀ ଯେନା ଓ ଗୌଡ଼ପୁଟ କ୍ଲଷ୍ଟରର ସିଆରସିସି ଶ୍ରୀଧର ପରିଡାଙ୍କ ପୁତ୍ର। ତାଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ବି. ଜୁମ୍ କେଭି ଏକାଡେମୀ ନୟାଗଡ଼ର ଶିକ୍ଷକମାନଙ୍କ ମାର୍ଗଦର୍ଶନ ସହିତ ପିତାମାତାଙ୍କ ସହଯୋଗ ଓ ଆଶୀର୍ବାଦ ଏବଂ ନିଜର କଠୋର ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ମୁଖ୍ୟ ଭୂମିକା ନେଇଥିବା କୁହାଯାଉଛି।
ଆର୍ଯ୍ୟଙ୍କ ଏହି କୃତିତ୍ୱରେ ଗ୍ରାମ, ବ୍ଲକ ଓ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଆ ଛୁଟିଛି। ନିଜ ପ୍ରତିକ୍ରିୟାରେ ଆର୍ଯ୍ୟ ଅନୁରାଗ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଗୁରୁଜନଙ୍କ ଆଶୀର୍ବାଦ କାମନା କରିଛନ୍ତି।

0
0
0
s2sdefault