ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା, "ଓଏଭି ପଥରଚେପା ପ୍ରଥମ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର-ତା.୧୫/୦୫/୨୦୨୬:ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା ଓଡ଼ିଆ ପ୍ରେନର ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ୟୁନିସେଫ,ଷ୍ଟାର ଓ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ସହଯୋଗରେ ତଥା ବଲାଙ୍ଗୀର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ.ଅରବିନ୍ଦ ଓଝା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଡଃ. ଓଝା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧିତ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି ହୁଏ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଏଡ଼ିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ, ବଲାଙ୍ଗୀର ବିଇଓ ନୀଳମଣି ପଟେଲ,ବେଲପଡା ବିଇଓ ଅଭିନଵ ମିଶ୍ର,ମୁରିବାହାଲ ବିଇଓ ଶାନ୍ତନୁ ପଢିହାରୀ,ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ, ଗୁଡଭେଳା ବିଇଓ ନମିତାରାଣୀ ଭୋଇ,ଡିପିଇଓ ପ୍ରଦୀପ ପାତ୍ର,ରାଜ୍ୟ ଶିକ୍ଷା ପରାମର୍ଶଦାତା,ୟୁନିସେଫ ଜୟା ଜ୍ୟୋତି ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ।ପ୍ରକଳ୍ପ ଗୁଡିକ ବିପର୍ଯ୍ୟୟ ପରିଚାଳନା,ସାଇବର ସିକ୍ୟୁରିଟି,ସ୍ୱାସ୍ଥ୍ୟ ର ଯତ୍ନ,ଆବର୍ଜନା ପରିଚାଳନା,କୃଷି ଓ ଗ୍ରାମ୍ୟ ବିକାଶ,ଦୈନନ୍ଦିନ ଜୀବନର ସମାଧାନ ଉପରେ ପର୍ଯ୍ୟବେଶିତ ହୋଇଥିଲା।

ବିଚାରକ ଭାବେ ଆଇଆଇଟି ପ୍ରତିନିଧି ଭୁବନେଶ୍ୱର ସୁଶାନ୍ତ ବଡ଼ଜେନା, ପାଟଣାଗଡ ଜବାହାରଲାଲ କଲେଜ ର ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ରଶ୍ମି ରଞ୍ଜନ ମିଶ୍ର ଦାୟିତ୍ୱ ତୁଲାଇଥିଲେ।ଓଏଭି ପଥରଚେପାର ଛାତ୍ର ସୁଜ୍ଞାନ ଖମାରୀ,ସଂକେତ ସ୍ୱରୂପ ପାଢ଼ୀ ଓ ଆତିଥ୍ୟ ପୁଝାରୀ ପ୍ରଥମ ସ୍ଥାନ ଅଧିକାର କରି ୨୦ହଜାର ଟଙ୍କା ଆର୍ଥିକ ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ।ସେହିପରି ଓଏଭି ମୁରିବାହାଲ ର ଛାତ୍ର ଶିବ ମେହେର ଦ୍ଵିତୀୟ ସ୍ଥାନ ଅଧିକାର କରି ୧୫ହଜାର ଟଙ୍କା ଆର୍ଥିକ ରାଶି ଓ ତୃତୀୟ ସ୍ଥାନ ଓଏଭି,ମହିମୁଣ୍ଡା ର ଛାତ୍ରୀ ବ୍ରହ୍ମଶ୍ରୀ ସାହୁ ୧୦ହଜାର ଟଙ୍କା ର ଆର୍ଥିକ ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ।ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଯୋଗଦେଇ ହାକାଥନ କେବଳ ଏକ ପ୍ରତିଯୋଗିତା ନୁହେଁ,ଏହା ନୂତନ ଚିନ୍ତାଧାରା,ସୃଜନଶୀଳତା ଓ ପ୍ରଯୁକ୍ତି ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବାର ଏକ ସୁନ୍ଦର ମଞ୍ଚ ବୋଲି କହିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି କହିଥିଲେ।

ଏହି ଅବସରରେ ମହାବିଦ୍ୟାଳୟ ର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଏହି ହାକାଥନ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ନିୟୁଜ ବୁଲେଟିନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା।ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ଉଭୟ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault