ହେଡଲାଇନସ୍:

ନିକଟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ମାତୃ-ପିତୃ ହୀନ ଶିଶୁଙ୍କ ନିମନ୍ତେ ଭବିଷତ ଗଠନ ପାଇଁ ପରାମର୍ଶ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି, ନିକଟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ମାତୃ-ପିତୃ ହୀନ ଶିଶୁଙ୍କ ନିମନ୍ତେ ଭବିଷତ ଗଠନ ପାଇଁ ପରାମର୍ଶ (Career Counselling) କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହ ନଂ-୪ ରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୀୟ ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଏଚ୍. ସଂଗ୍ରାମ , ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରକାଶ ଥାଉଯେ, ଗଜପତି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ୩୬ ଜଣ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲାବେଳେ କରୋନା ମହାମାରୀରେ ମାତୃପିତୃ ହରାଇଥିବା ଶିଶୁ ଯଥା ଆଶୀର୍ବାଦ ହିତାଧିକାରୀ ମାନଙ୍କ ମଧ୍ୟରୁ ୪୧ ଜଣ ପରୀକ୍ଷା ଦେଇ ସମସ୍ତେ କୃତକାର୍ଯ୍ୟ ହୋଇଥିଲା ବେଳେ ଏବଂ ନିକଟରେ ହୋଇଥିବା ମାତୃପତୃହୀନ ଶିଶୁ ଚିହ୍ନଟ କାର୍ଯ୍ୟକ୍ରମ ଦ୍ବାରା ଚିହ୍ନଟ ହୋଇଥିବା ଶିଶୁ ମାନଙ୍କ ମଧ୍ୟରୁ ୪୨ ଜଣ ପରୀକ୍ଷା ଦେଇ ସମସ୍ତ କୃତ କାର୍ଯ୍ୟ ହୋଇଛନ୍ତି।
ଏହି ସମସ୍ତଙ୍କ ମଧ୍ୟରୁ ଆଜିର କାର୍ଯ୍ୟକ୍ରମରେ ଗୋଷାଣୀ , ଗୁମ୍ମା , କାଶୀନଗର , ରାୟଗଡ଼ , ନୂଆଗଡ଼ ବ୍ଲକ୍ ଏବଂ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରୁ ୮୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମସ୍ତ ମଞ୍ଚାସିଂ ଅତିଥି ସେମାନଙ୍କ ଜୀବନରେ ପାଇଥିବା ସଫଳତାକୁ ସଂପୁର୍ଣ୍ଣ ଭାବେ ଆଲୋଚନା କରି ପିଲାମାନଙ୍କର ଆତ୍ମବିଶ୍ବାସ ବଢାଇବା ସହ ସଠିକ ଦିଗରେ ବଢିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।
Institute of Hotel Management , Catering Technology and Applied Nutrition (IHM), Bhubaneswar ରୁ ଆସିଥିବା ପ୍ରତିନିଧି ଶ୍ରୀଯୁକ୍ତ ଅବିନାଶ ଦାସ ଏବଂ ସନ୍ତୋଷ କୁମାର ବେହେରା ବର୍ତ୍ତମାନ ସ୍ଥିତିରେ ହୋଟେଲ୍ ମ୍ୟାନେଜମେଣ୍ଟ ଶିକ୍ଷାର ଗୁରୁତ୍ବ ଏବଂ ଚାହିଦାକୁ ପିଲାମାନଙ୍କୁ ବୁଝାଇଥିଲେ।
ସେହିପରି ଗୁମ୍ମା ITI College ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଓ Govt. Polytechnic ପାରଳାଖେମୁଣ୍ଡି ରୁ ଆସିଥିବା ପ୍ରତିନିଧି ଯୋଗଦେଇ ବୈଷୟିକ ଶିକ୍ଷାର ଗୁରୁତ୍ବ ଏବଂ ଆବଶ୍ୟକତାକୁ ପିଲାଙ୍କୁ ବୁଝାଇବା ସହିତ ସେଥିପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଚାଇଲ୍ଡ଼ ହେଲ୍ପ ଲାଇନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

0
0
0
s2sdefault