ହେଡଲାଇନସ୍:

ହାତୀ-ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୫/୫- କେନ୍ଦୁଝରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡର କେନ୍ଦୁଝର ବନଖଣ୍ଡର ମିଳିତ ସହଯୋଗରେ, ସଦର ବ୍ଲକ ରଘୁନାଥପୁର ପଂଚାୟତର ଗୋପାଳପୁର ଗ୍ରାମ ଜଙ୍ଗଲ ଧାରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ବନାଞ୍ଚଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସ ଓ ବନପାଳ ଶ୍ରୀ କାଳନ୍ଦୀ ଚରଣ ସାମଲଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇ ଥିବା ହାତୀ -ମଣିଷ ଲଢେଇର ପ୍ରଶମନ ପାଇଁ ଅନୁଷ୍ଠିତ ହୋଇଥିବା ବୈଠକରେ ୱାର୍ଡ ମେମ୍ବର ଶ୍ରୀମତୀ ଭାରତୀ ହେମ୍ବ୍ରମ ସଭାପତିତ୍ବ କରିଥିଲେ  l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର କ୍ଷେତ୍ରୀୟ ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି, ମନୁଷ୍ୟ -ହାତୀ ସହାବସ୍ଥାନ,ଏବଂ ହାତୀ -ମଣିଷ ଲଢେଇକୁ ପ୍ରଶମନ ପାଇଁ ବୁଝାଇଥିଲେ। ସୁବଳ ମାଝୀ,ସୁନାକର ମାଝୀ, ରବି ମାଝୀ, ସୁକୁରୁମୁନି ମାଝୀ, ଶାନ୍ତିଲତା ମାଝୀ,ଘାସିଆ ମୁଣ୍ଡା, ସନାତନ ମହାକୁଡ଼ ପ୍ରମୁଖ ହାତୀ ଦ୍ୱାର ହେଉଥିବା କ୍ଷୟକ୍ଷତି ବିଷୟରେ ଚର୍ଚ୍ଚା କରିଥିଲେ। ଏହି ବୈଠକରେ ୪୨ଜଣ ଆଦିବାସୀ ଓ ବନବାସୀ ଯୋଗ ଦେଇଥିଲେ।ସମସ୍ତ ଆଲୋଚନା ପରେ ହାତୀ-ମଣିଷ ସହବସ୍ଥାନ ପାଇଁ ନିଷ୍ପତ୍ତି ହୋଇଥିଲା ଓ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ଦ୍ୱରା ପ୍ରସ୍ତୁତ ମାର୍ଗଦର୍ଶିକା ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଅହିଂସା ମାର୍ଗରେ ଯାଇ ମଦମୁକ୍ତ ଗ୍ରାମ ଗଢିବା, ଜଙ୍ଗଲ ମଝିରେ ଥିବା ନାଳ ପାଖରେ ମହୁଲି ନ ରାନ୍ଧିବା,ସର୍ବୋପରି ଶାନ୍ତ ହାତୀକୁ ଅଶାନ୍ତ ନକରିବା ପାଇଁ  କେଡ଼ି ଟ୍ରଷ୍ଟ ସମ୍ପାଦକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି।

0
0
0
s2sdefault