ହେଡଲାଇନସ୍:

ବାପା ମାଆ ଚାଲିଗଲା ପରେ ତିନି ଛୁଆ ବେସାହାରା, ପ୍ରଶାସନ ଟିକେ ଦୃଷ୍ଟି ପକାଉ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର, ତା୧୫/୦୫- ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଆରଶୁଣି ଗାଁ ସେଇଠି କାହ୍ନୁ ଜୁଆଙ୍ଗର ଘର। ସ୍ଵାମୀ, ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ପରିବାର। ଦୁଃଖ କଷ୍ଟରେ ଚାଲିଥାଏ ସଂସାର। ତେବେ ଗତ ବର୍ଷ ଏଇ ଦିନରେ କାହ୍ନୁ ସ୍ତ୍ରୀର ଦେହାନ୍ତ ହୋଇଗଲା। ବଡ ମା' ପିଲାଙ୍କ ଦାୟିତ୍ୱ ନେଲା।ଭାଗ୍ୟର ବିଡମ୍ବନା, ସେ ବଡ ମା' ଏଇ କିଛି ଦିନ ତଳେ ଚାଲିଗଲା ଆର ପାରିକି। ପୁଣି ଗତକାଲି କାହ୍ନୁର ଦେହାନ୍ତ ହୋଇଗଲା। ଏବେ ତିନି ପିଲା ବେସାହାରା, ଅନାଥ।‌ ଚାଷ ବୋଲି କିଛି ନାହିଁ। ବାପ ମଜୁରୀ କରି ଆଣିଲେ ପରିବାର ଚାଲେ। ଏପରି ଅଭାବି ଲୋକକୁ ବି ମିଳି ନାହିଁ ସରକାରୀ ଘର। ପିଲା ରହୁଛନ୍ତି ଭଙ୍ଗାଦଦରା ଚାଳ ଛପର ଘରେ। ଏବେ ପିଲାଙ୍କ ଖାଇବାକୁ କିଛି ନାହିଁ। ତା ସହିତ ବାପର ଶୁଦ୍ଧିକ୍ରିୟା। ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦୁଃଖଦ ଖବର ପାଇ ଗତକାଲି "ଆଶା"ର ସ୍ଵେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା, ଶ୍ରୀ ମନୋଜ କୁମାର ପଟେଲ୍ ଓ ଶ୍ରୀ ରାମଚନ୍ଦ୍ର ମହାନ୍ତ ସେ ଗାଁରେ ପହଞ୍ଚି ସବୁ କଥା ପଚାରି ବୁଝିଛନ୍ତି।“ ଆଶା" ତରଫରୁ ପିଲାଙ୍କ ପାଇଁ କିଛି ରାସନ୍ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ପରେ ପୁଣି ପିଲାଙ୍କୁ ଶୁଦ୍ଧିକ୍ରିୟା ସକାଶେ ନୂଆ ପୋଷାକ ଦେବାର ଯୋଜନା ହୋଇଛି। ଭାରତୀୟ ଜନତା ପାର୍ଟିର ଆଦିବାସୀ  ନେତା କୃଷ୍ଣ ଚନ୍ଦ୍ର ଜୁଆଙ୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଶୁଦ୍ଧିକ୍ରିୟା ସକାଶେ କିଛି ଆର୍ଥିକ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗରିବ, ଅସହାୟ, ଅନାଥ, ଆଦିବାସୀ ପିଲାଙ୍କୁ ଏ ଦୁର୍ଦ୍ଦିନରୁ ଉଦ୍ଧାର କରିବା ପାଇଁ,ଦରଦୀ ବ୍ୟକ୍ତି ବିଶେଷ,ସ୍ଵେଚ୍ଛାସେବୀ ଅନୁଷ୍ଠାନ,ରାଜନୈତିକ ଦଳ, ବ୍ୟବସାୟ ପ୍ରତିଷ୍ଠାନ ଆଗେଇ ଆସିବାକୁ "ଆଶା" ତରଫରୁ ଅନୁରୋଧ କରାଯାଇଛି। ଯେଉଁମାନେ ସହଯୋଗର ହାତ ବଢ଼ାଇବାକୁ ଚାହିଁବେ, ସେମାନେ "ଆଶା"ର ସ୍ଵେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା ( ୭୯୭୮୨୧୦୮୨୧) ବା ଶ୍ରୀ ମନୋଜ କୁମାର ପଟେଲ୍ (୯୩୩୭୧୪୦୫୩୭)ଙ୍କ ସହିତ ଯୋଗାଯୋଗ କରିପାରନ୍ତି।‌ ତେବେ ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣାରେ ହସ୍ତକ୍ଷେପ କରି ତିନି ଛୁଆଙ୍କୁ ସରକାରୀ ସାହାଯ୍ୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

0
0
0
s2sdefault