ହେଡଲାଇନସ୍:

ମହାପାତ୍ର ନୀଳମଣି ସାହୁଙ୍କ ଜୀବନ ଦର୍ଶନ ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ୧୫/୦୫(ପ୍ରକାଶ କୁମାର ହାତୀ ): ସାହିତ୍ୟ ଅକାଦେମି ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ଗମ୍ଭୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା, ଜୀବନ ଦର୍ଶନ ଏବଂ ସମାଜ ପ୍ରତି ତାଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଦଘାଟନୀ ଅଧିବେଶନରେ ଗୌରହରି ଦାସ ସଭାମୁଖ୍ୟତା କରିଥିବାବେଳେ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ନୀଳମଣି ସାହୁ କେବଳ ଜଣେ ସାହିତ୍ୟିକ ନୁହେଁ, ସେ ମାନବିକତା ଓ ମୂଲ୍ୟବୋଧର ଜୀବନ୍ତ ପ୍ରତୀକ ଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମହାପାତ୍ର ନୀଳମଣି ସାହୁଙ୍କୁ ଦେଖିଲେ ଈଶ୍ୱରଙ୍କୁ ଦେଖିଲା ପରି ଅନୁଭବ ହୁଏ। ସେ ଅନ୍ୟମାନଙ୍କୁ ସମ୍ମାନ ଦେବାରେ ଅସୀମ ଉଦାର ଥିଲେ। “ମୁଁ କାହିଁକି ଲେଖେ” ଓ “ମୁଁ ଗଳ୍ପ ଲେଖେ କାହିଁକି” ଭଳି ତାଙ୍କ ରଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ସେ କହିଥିଲେ। ନୀଳମଣି ସାହୁ ତାଙ୍କ ଘରର ନାମ “ଆକାଶ ପାତାଳ” ରଖିଥିବା ସହ ଆକାଶରୁ ପାତାଳ ପର୍ଯ୍ୟନ୍ତ ତାଙ୍କ ଚିନ୍ତାର ବ୍ୟାପ୍ତି ଥିବା କଥା ଉଲ୍ଲେଖ କରିଥିଲେ। ତାଙ୍କ ଜୀବନ ଓ ସାହିତ୍ୟରୁ ଆମେ ଜୀବନ ଜୀଇଁବାର ମାର୍ଗ ଶିଖିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଶ୍ରୀନିବାସ ଉଦଗାତା ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିବାବେଳେ କାଳିଦାସ ମିଶ୍ର ମୂଳ ଭାଷଣ ରଖିଥିଲେ। କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ଏବଂ ମନୋଜ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଓ ଦ୍ୱିତୀୟ ଅଧିବେଶନରେ ବିଜୟ କୁମାର ଶତପଥୀ ଏବଂ ଅରବିନ୍ଦ ରାୟ ସଭାମୁଖ୍ୟ ଭାବେ କାର୍ଯ୍ୟ ସଂଚାଳନ କରିଥିଲେ।

0
0
0
s2sdefault