କେନ୍ଦୁଝର,ତା୧୫/୫- ଆଜି ଦିନ ଦଶଟାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରୁଣାସହର ସ୍ଥିତ ସୁଖଶାନ୍ତି ସରୋବର ପରିସରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ’ସୃଜନ' ଉଦଘାଟିତ ହୋଇଯାଇଛି।ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁଶାନ୍ତ କୁମାର ପାତ୍ର ଏହି ଶିଶୁ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ବ୍ରହ୍ମାକୁମାରୀ ସୁଶ୍ରୀ ପ୍ରତିଭା ପୃଷ୍ଟି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞା ମମତା ରାଣୀ ଜେନା, ଚାରିଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷା ବ୍ରହ୍ମାକୁମାରୀ ପାର୍ବତୀ ସାହୁ ଓ ଶ୍ରୀ ଗଣେଷ ଷ୍ଟିଲର ସାଧାରଣ ପରିଚାଳକ ପ୍ରିୟଦର୍ଶୀ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦୁଝର ବ୍ରହ୍ମାକୁମାରିଜ ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁ ଯୋଗ ଦେଇ କେନ୍ଦୁଝର ବ୍ରହ୍ମାକୁମାରିଜ ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଏହି ଶିଶୁ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କୁଳପତି ଡକ୍ଟର ପାତ୍ର ଏହି ଶିଶୁ ଶିବିର ଆୟୋଜନ ହେବା ଫଳରେ କିପରି ଶିଶୁଙ୍କ ସାମାଜିକ ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ହେବ ବୁଝାଇ କହିଥିଲେ। ଅନ୍ୟାନ୍ୟ ଅତିଥି ମାନେ ଶିଶୁ ମାନଙ୍କୁ ଏହି ଶିବିରରେ ଯୋଗ ଦେଇ ବହୁତ ଭଲ କଥା ଶିଖିବାକୁ ସୁପରାମର୍ଶ ଦେଇଥିଲେ। ଶିବିର ଆରମ୍ଭରେ କେନ୍ଦୁଝର ଶାଖା ସହ ସଂଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରଖିଥିଲେ। ଏହାପରେ ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ଶେଷରେ କେନ୍ଦୁଝର ବ୍ରହ୍ମାକୁମାରିଜ ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିଶୁ ଶିବିରରେ ୯୨ଜଣ ବାଳକବାଳିକା ଯୋଗ ଦେଇଥିଲେ। ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କୌତୁକ ଖେଳ,ସଫଳତାର ଚାବିକାଠୀ, ନୈତିକ ମୂଲ୍ୟବୋଧ,ରାଜଯୋଗ, ଧ୍ୟାନ,ପ୍ରେରଣାଦାୟୀ ବକ୍ତବ୍ୟ,ଯୋଗ, ବ୍ୟାୟାମ ଆଦି ଉପରେ ଚର୍ଚ୍ଚା କରି ପ୍ରଶିକ୍ଷଣ ଦିଆଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ପ୍ରକାର କୁଇଜ, ତର୍କ,ନୃତ୍ୟ, ସଂଗୀତ,ବକ୍ତୃତା ଆଦି ଆୟୋଜନ କରାଯିବ ବୋଲି ଜଣାଯାଇଛି। ଏହି ଶିବିର ରବିବାର ସନ୍ଧ୍ୟା ୬ଟା ୩୦ରେ ଉଦଯାପିତ ହେବ ବୋଲି ସେବା କେନ୍ଦ୍ର ସଂଚାଳିକା ବିନ୍ଦୁ ଭଉଣୀ ସୂଚନା ଦେଇଥିଲେ।
ରାଜ୍ୟ
ସୁଖଶାନ୍ତି ସରୋବରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ‘ସୃଜନ' ଉଦଘାଟିତ।
- Hits: 25







