ହେଡଲାଇନସ୍:

ବେଲଗୁଣ୍ଠା ରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -୧୫-୫(ଶିବରାମ ଚୌଧୁରୀ )-,ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି l ବହୁ ସମୟରେ ବେଲଗୁଣ୍ଠା ଟାଙ୍କିବନ୍ଦ ରହୁଛି l ତେଲଥିଲେ ବାଇକ ପାଇଁ ୨୦୦ ଓ କାର ପାଇଁ 1000 ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ସେହିପରି ଗାଙ୍ଗପୁର ପେଟ୍ରୋଲ ପମ୍ପ ଦୁଇଦିନ ହେଲା ବନ୍ଦ ଅଛି l ଗୋବରା ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗିରହୁଛି l ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ ନାହିଁ ନଥିବାର ଅବସ୍ଥାର ସମ୍ମୁଖୀନ୍ନ ହେବେ,

0
0
0
s2sdefault