ହେଡଲାଇନସ୍:

ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୬ ରେ ଉଲ୍ଲେଖନୀୟ ସଫଳତା ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିରେ ଅବସ୍ଥିତ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପାସ୍ ହାର ସହିତ ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି । ସୁଶ୍ରୀ ବନ୍ଦନା ରାଉତ ୯୨.୪ % ମାର୍କ ସହିତ ସ୍କୁଲ ଶ୍ରେଷ୍ଠ ହୋଇଥିବା ବେଳେ ସୁଶ୍ରୀ ଅନିତା ରାଜୁ ୯୧.୨ % ଦ୍ୱିତୀୟ ସ୍ଥାନ ରଖିଥିବା ବେଳେ ସୁଶ୍ରୀ ଅଭିଳାଷା ପାତ୍ର ୯୦ % ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି। ତିନି ଜଣ ଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖିଛନ୍ତି। ଏଥିସହିତ ୧୨ ଜଣ ଛାତ୍ରଛାତ୍ରୀ ୮୦ % ରୁ ଅଧିକ ନମ୍ବର ରଖିଛନ୍ତି , ୨୬ଜଣ ଛାତ୍ରଛାତ୍ରୀ ୭୦ % ରୁ ଅଧିକ ନମ୍ବର ରଖିଛନ୍ତି ଏବଂ ୨୯ ଜଣ ଛାତ୍ରଛାତ୍ରୀ ୬୦ % ରୁ ଅଧିକ ନମ୍ବର ରଖିଛନ୍ତି, ଯାହା ଶୈକ୍ଷିକ ଉତ୍କର୍ଷତାର ଏକ ବ୍ୟାପକ ପରିସର ପ୍ରଦର୍ଶନ କରିଛି।
ଛାତ୍ରଛାତ୍ରୀଙ୍କ ସଫଳତାରେ ଗର୍ବ ପ୍ରକାଶ କରି ସଭାପତି ପ୍ରଫେସର ଶ୍ରୀଯୁକ୍ତ ମୁକ୍ତିକାନ୍ତ ମିଶ୍ର , ଉପାଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ ଡି.ଏନ୍. ରାଓ , ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ପାତ୍ର , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜେ.କେ. ନାୟକ , ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କୃତିତ୍ୱ ହାସଲ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault