ହେଡଲାଇନସ୍:

ଆଦିତ୍ୟ ଆଲୁମିନା ରେଫେଇନାରୀ ପକଳ୍ପ ତରଫରୁ ନାକଟିଗୁଡା ଗ୍ରାମରେ ପଶୁ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଆୟୋଜିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ନାକଟିଗୁଡା ଗ୍ରାମରେ “ପ୍ରାଣୀ ଧନ ସେବା ପ୍ରକଳ୍ପ” ଅଧୀନରେ ଏକ ପଶୁ ସ୍ୱାସ୍ଥ୍ୟ ସଚେତନତା ଓ ପଶୁ ଚିକିତ୍ସା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷା ଓ ପଶୁପାଳକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୧୭୦ ଜଣ ଗ୍ରାମବାସୀ ଯୋଗଦେଇ ପଶୁମାନଙ୍କ ରୋଗ ଚିହ୍ନଟ, ପ୍ରତିରୋଧ ଓ ସଠିକ୍ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଅବଗତ ହୋଇଥିଲେ। ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ନିୟମିତ ଟିକାକରଣ, ପୌଷ୍ଟିକ ଖାଦ୍ୟ ଓ ସଫା-ସୁଥା ପରିବେଶର ଆବଶ୍ୟକତା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ଉପସ୍ଥିତ ଲୋକଙ୍କ ମଧ୍ୟରେ ପଶୁ ରୋଗର ପ୍ରତିରୋଧ ଓ ଚିକିତ୍ସା ସମ୍ବନ୍ଧୀୟ ସଚେତନତା ପତ୍ରିକା ବଣ୍ଟନ କରାଯାଇଥିଲା।
ଶିବିରରେ ମୋଟ ୫୬୦ଟି ଛେଳି ଓ ୪୫୭ଟି ବଡ଼ ପଶୁଙ୍କୁ ଭିଟାମିନ ଡୋଜ, କୃମିନାଶକ ଔଷଧ, ମଲ୍ଟିଭିଟାମିନ ପାଉଡର ସହ ଅନ୍ୟାନ୍ୟ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ଏଥିରୁ ପ୍ରାୟ ୧୧୨ ଜଣ ପଶୁପାଳକ ସିଧାସଳଖ ଭାବେ ଉପକୃତ ହୋଇଥିବା ଜଣାପଡିଛି।
ଏହି କାର୍ଯ୍ୟକ୍ରମରେ ନାକଟିଗୁଡା ଗ୍ରାମର ସରପଞ୍ଚ, ସ୍ଥାନୀୟ ଗ୍ରାମବାସୀ ଓ ହିଣ୍ଡାଲକୋ କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗ୍ରାମଞ୍ଚଳରେ ପଶୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ |

0
0
0
s2sdefault