ହେଡଲାଇନସ୍:

ଝାରସୁଗୁଡ଼ାରେ ମା’ ମାହେଶ୍ୱରୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ବେଦମନ୍ତ୍ରରେ କମ୍ପିତ ହେଲା ପରିବେଶଝାରସୁଗୁଡ଼ା: 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଡୁରା ସମାଜର ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି। ୨୦୨୩ ମସିହାରୁ ଚାଲିଥିବା ପ୍ରୟାସରେ ନିର୍ମିତ ଖଡୁରା ଜାତିର କୁଳଦେବୀ ମା’ ମାହେଶ୍ୱରୀଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଇଣ୍ଡଷ୍ଟ୍ରିଆଲ ଅଞ୍ଚଳସ୍ଥ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ବେଦ ସଂକୀର୍ତନ ଓ ଧାର୍ମିକ ଆଚାରବିଧି ମଧ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।

ମନ୍ଦିର ସଭାପତି ଶଙ୍କରପ୍ରସାଦ ପାତ୍ର ଓ ଜିଲ୍ଲା ଖଡୁରା ସମାଜର ସଭାପତି ପ୍ରଫୁଲ୍ଲ ଟହଲୁ ସାହୁଙ୍କ ତତ୍ତ୍ୱାବଧାନରେ ଆଚାର୍ଯ୍ୟ ପ୍ରଭାତ ମିଶ୍ର ଏବଂ ତାଙ୍କ ସହଯୋଗୀ ପଣ୍ଡିତମାନଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ମହୋତ୍ସବରେ ଝାରସୁଗୁଡ଼ା ଜିଲ୍ଲାର ବହୁ ଗଣମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ।

ଛତିଶଗଡ଼, ଝାରଖଣ୍ଡ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଖଡୁରା ସମାଜର ଶ୍ରଦ୍ଧାଳୁ ମା’ ମାହେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

ଏହି ମହୋତ୍ସବକୁ ସଫଳ କରିବାରେ ଚୈତନ୍ୟ ପାତ୍ର, ଅକ୍ଷୟ ସାହୁ, ଶଶୀଭୂଷଣ ପାତ୍ର, ଜଗବନ୍ଧୁ ସାହୁ, ତ୍ରିନାଥ ପାତ୍ର, ଭଗତ ସାହୁ, ହେମନ୍ତ ସାହୁ, ନନ୍ଦିକେଶ୍ୱର ପାତ୍ର, ମୁରାରୀ ପାତ୍ର, ନିର୍ମଳ ପାତ୍ର, ହରେଶ ସାହୁ, ମକରଧ୍ୱଜ ସାହୁ, ଗୌରାଙ୍ଗ ସାହୁ ଓ ପ୍ରଫୁଲ୍ଲ ପାତ୍ରଙ୍କ ସହ ଜିଲ୍ଲାର ଅନେକ ସମାଜଭାଇ ସକ୍ରିୟ ସହଯୋଗ କରିଥିଲେ।

୧୪ ମେ ଦିନ ଶୀତଳ ପୂଜା ଅନୁଷ୍ଠାନ ସହିତ ଏହି ପାଞ୍ଚଦିନିଆ ଧାର୍ମିକ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

0
0
0
s2sdefault