ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ସମୃଦ୍ଧ ଟିଚିଂ ଲର୍ଣ୍ଣିଂ ପରିବେଶ ଅଥବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବଦଳାଇବା ପ୍ରତିଶ୍ରୁତି ଓ ସାମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ମାଲକାନଗିରି ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାମାଙ୍କନ କରାଯାଇ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ତ୍ରିଲୋଚନ ବାରିକ ଶୁଭାରମ୍ଭ କରିଥିବା ବେଳେ ଭାରତରାଷ୍ଟ୍ର ସେବା ବ୍ୟାଙ୍କ ମୁଖ୍ୟ ଶାଖାର ବରିଷ୍ଠ ପ୍ରବନ୍ଧକ ବିଜୟ ରାଓ 23 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରୂପେ ଦାନ କରିଛନ୍ତି। ମୁଖ୍ୟ ଅତିଥି ରୂପେ ମାଲକାନଗିରି ଭାରତରାଷ୍ଟ୍ର ସେବା ବ୍ୟାଙ୍କର ମୁଖ୍ୟ ପରିଚାଳକ ବିନୋଦ କୁମାର ବେଗଲେ ବ୍ୟାଙ୍କର କାର୍ଯ୍ୟ ପ୍ରଣାଳୀ ଏବଂ ବ୍ୟାଙ୍କର ସେବା ବିଷୟରେ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ପ୍ରୋଫେସର ରଞ୍ଜନ ବେହେରା ଶିକ୍ଷା ଅନୁଷ୍ଠାନ ଏବଂ ରୋଜଗାର କ୍ଷେତ୍ର, କୃଷି ଓ ବାଣିଜ୍ୟ କ୍ଷେତ୍ର ଅନୁଷ୍ଠାନ ଯୋଗ ଦାନ କରି ବ୍ୟାଙ୍କର ଋଣସୁବିଧା ବିଷୟକୁ ଛାତ୍ରଛାତ୍ରୀଙ୍କ ନିକଟରେ କରିବା ସହାୟକ ହେବ ସେ ବିଷୟରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ସଂଯୋଜକ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ବିଷୟରେ ସମ୍ପୂର୍ଣ୍ଣ ପରିଚାଳନା ଦେଇଥିଲେ। ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଛାତ୍ର 120 ଘଣ୍ଟା କିମ୍ବା 35 ଦିନ ପ୍ରଶିକ୍ଷଣ ନେଲା ପରେ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରି ଦେବାକୁ ସର୍ଟିଫିକେଟ ପାଇଁ ବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଉଚ୍ଚ ଶିକ୍ଷା ଅଧୀନ ପ୍ରତିଶ୍ରୁତି ନେଇ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା। ସେହିପରି କଳା ଛାତ୍ର ମାନେ ଅର୍ଥନୀତି, ରାଜନୀତି ବିଜ୍ଞାନ ଏବଂ ଇତିହାସ ବିଭାଗରେ ନିଜ ନିଜ ଅଞ୍ଚଳରେ ପ୍ରତିଶ୍ରୁତି ନେଇଥିବାରେ ପ୍ରତିଶ୍ରୁତି ପତ୍ର ନିର୍ମାଣ ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଉକ୍ତ ପ୍ରଥମ ଥର ଆୟୋଜନ କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ମହଲରେ ଆନନ୍ଦ ର ଲହରୀ ଖେଳିଯାଇଛି। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ମୁର୍ତ୍ତିରଞ୍ଜନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।







