ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର କଇଠପଦର ଓଡିଶା ଆଦର୍ଶ ବିଦ୍ୟାଳୟର ଏମ୍.ଯୋଗାନନ୍ଦ ବିଜ୍ଞାନରେ ଟପ୍ପର (୯୨.୨℅) ହୋଇଛନ୍ତି।ଗଜପତି ଜିଲ୍ଲାର ବିଭିନ୍ନ ଓଡିଶା ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳରେ କଇଠପଦରର ୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୯ ଜଣ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେଥିରୁ ଏ୧ରେ ୧ , ଏ୨ରେ ୨ , ବି୧ରେ ୨, ବି୨ରେ ୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ଯ ବିଭାଗରେ ୧୬ ଜଣକ ମଧ୍ଯରୁ ୧୩ ଜଣ ପାସ୍ କରିଛନ୍ତି। ସେଥିରୁ ବି୧ରେ ୭ , ବି୨ରେ ୨ , ସି ୧ ରେ ୨ ଏବଂ ସି୨ରେ ୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ନୂଆଗଡ଼ ବ୍ଲକର ପରିମଳ ବିଦ୍ୟାଳୟର ୪ ଜଣଙ୍କ ମଧ୍ଯରୁ ୩ ଜଣ ପାସ୍ ହୋଇଛନ୍ତି। ସମସ୍ତେ ବି୨ରେ ପାସ୍ କରିଛନ୍ତି। ଗୁମ୍ମା ବିଦ୍ୟାଳୟର ୯ ଜଣଙ୍କ ମଧ୍ଯରୁ ୮ ଜଣ ପାସ୍ ହୋଇଛନ୍ତି।ସେଥିରେ ବି ୧ରେ ୧ , ବି୨ରେ ୫ ଏବଂ ସି୧ରେ ୨ ଜଣ ପାସ୍ କରିଛନ୍ତି। କାଶୀନଗର ବ୍ଲକର ଅଲ୍ଲଡା ବିଦ୍ୟାଳୟର ୧୪ ଜଣଙ୍କ ମଧ୍ଯରୁ ୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସେଥିରୁ ବି୧ରେ ୩ ଏବଂ ବି୨ରେ ୬ ଜଣ ପାସ୍ କରିଛନ୍ତି। ମୋହନା ଗୁଣ୍ଡିମା ବିଦ୍ୟାଳୟର ୧୩ ଜଣଙ୍କ ମଧ୍ଯରୁ ୪ ଜଣ ପାସ୍ କରିଛନ୍ତି। ସେଥିରୁ ବି୧ରେ ୧ , ବି୨ରେ ୨ ଏବଂ ସିରେ ୧ ଜଣ ପାସ୍ କରିଛନ୍ତି।
ରାଜ୍ୟ
ଗଜପତି ଆଦର୍ଶ ବିଦ୍ୟାଳୟର ଏମ୍. ଯୋଗାନନ୍ଦ ଦ୍ୱାଦଶ ସିବିଏସଇରେ ଜିଲ୍ଲାର ଟପ୍ପର
- Hits: 19







