ହେଡଲାଇନସ୍:

ଓଡ଼ଗାଁ ଏନ୍ଏସି ଶତକଡା ଶହେ ଭାଗ କାମ ସାରି ଜିଲ୍ଲାରେ ପ୍ରଥମ ହୋଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୃହଗଣନା ଓ ଗୃହ ତାଲିକା ସମୀକ୍ଷା ବୈଠକ

ଓଡ଼ଗାଁ,୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଡ. ମାନସରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ଗୁରୁବାର ଗୃହ ଗଣନା ଓ ଗୃହ ତାଲିକା ସମୀକ୍ଷା ବୈଠକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜନଗଣନା ନିର୍ଦ୍ଦେଶାଳୟ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ ସହକାରୀ ଜିଲ୍ଲା ଜନଗଣନା ସହାୟକ କୃଷ୍ଣ ଚନ୍ଦ୍ର ନାୟକ, ଜନଗଣନା ଚାର୍ଯ୍ୟ ଅଫିସର ତଥା ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଯୋଗ ଦେଇଥିଲେ । ୩୫୩ ଗୃହ ତାଲିକା ଖଣ୍ଡରୁ ୨୮୪ କାର୍ଯ୍ୟ ସରିଥିବା ବେଳେ ଆଜିସୁଦ୍ଧା ଶତକଡା ୮୦ ଭାଗ କାର୍ଯ୍ୟ ସରିଛି । ଏବଂ ଅବଶିଷ୍ଟ କାର୍ଯ୍ୟ ଦିନେ କିମ୍ବା ୨ ଦିନ ମଧ୍ୟରେ ସାରିବାକୁ ଉପସ୍ଥିତ ଜନଗଣନା ସୁପରଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଓଡ଼ଗାଁ ଏନ୍ଏସି ୩୩ ଗୃହ ତାଲିକା ଖଣ୍ଡର ଗୃହ ତାଲିକା ପ୍ରସ୍ତୁତ ହୋଇଥିବା ଯୋଗୁଁ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ପ୍ରଥମକରି ଶତକଡା ୧୦୦ ଭାଗ କାର୍ଯ୍ୟ
ସାରିଥିବାରୁ ଅଧିକାରୀ ମାନେ ଖୁସି ବ୍ୟକ୍ତ କରିଥିଲେ । ସୂଚନା ଥାଉକି ଉକ୍ତ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ମଧ୍ୟରେ ସାରିବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା ।

0
0
0
s2sdefault