ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀର ଜଣେ ପ୍ରତିଭାବାନ ପାରା-ଫେନ୍ସିଂ ଖେଳାଳି ରାହୁଲ ମଳିକ ଆଗାମୀ ଜୁନ୍ ମାସରେ ତୁର୍କୀଠାରେ ଅନୁଷ୍ଠିତ ହେବାକୁ ଥିବା 'Under-23 World Cup' ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ଆଜି କାଣ୍ଡଗରିଡି ପଞ୍ଚାୟତ ଗସ୍ତ ସମୟରେ ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ ଖେଳାଳି ରାହୁଲଙ୍କୁ ଭେଟି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଉତ୍ସାହିତ କରିଛନ୍ତି।
ରାହୁଲଙ୍କ ବିଦେଶ ଗସ୍ତ ଏବଂ ଖେଳ ସରଞ୍ଜାମ ପାଇଁ ବିଧାୟକ ବ୍ୟକ୍ତିଗତ ଭାବେ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ରାହୁଲଙ୍କ ସମସ୍ୟା ଓ ସଫଳତା ସମ୍ପର୍କରେ ବିଧାୟକ ଶ୍ରୀ ଖଟୁଆ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା କରାଇଥିଲେ। କ୍ରୀଡ଼ା ମନ୍ତ୍ରୀ ରାହୁଲଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରୀ ସ୍ତରରେ ଯାହା ବି ଆବଶ୍ୟକ ସୁବିଧା ସୁଯୋଗ ଓ ସହାୟତା ଦରକାର, ତାହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବିଧାୟକ ଶ୍ରୀ ଖଟୁଆ କହିଛନ୍ତି ଯେ, "ରାହୁଲଙ୍କ ଭଳି ପ୍ରତିଭାବାନ ଖେଳାଳି ନୀଳଗିରି ତଥା ଓଡ଼ିଶା ପାଇଁ ଗୌରବ। ସେ ବିଶ୍ୱ ଦରବାରରେ ଭାରତର ପତାକା ଉଡ଼ାନ୍ତୁ, ଏହା ହିଁ ଆମର କାମନା। ତାଙ୍କର ସମସ୍ତ ପ୍ରକାର ଆବଶ୍ୟକତା ପାଇଁ ଆମେ ସଦାସର୍ବଦା ଛିଡ଼ା ହୋଇଛୁ।"
ଏହି ଅବସରରେ କାଣ୍ଡଗରିଡି ପଞ୍ଚାୟତର ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀମାନେ ଉପସ୍ଥିତ ରହି ରାହୁଲଙ୍କୁ ସମର୍ଥନ ଜଣାଇବା ସହ ବିଧାୟକଙ୍କ ଏହି ସହଯୋଗୀ ମନୋଭାବକୁ ପ୍ରଶଂସା କରିଥିଲେ।
ରାଜ୍ୟ
"ରାହୁଲଙ୍କ ଭଳି ପ୍ରତିଭାବାନ ଖେଳାଳି ନୀଳଗିରି ତଥା ଓଡ଼ିଶା ପାଇଁ ଗୌରବ"
- Hits: 47







