ନୀଳଗିରି, ୦୭/୦୫: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳଗିରି ବ୍ଲକ ୧୩ ନମ୍ବର ଜୋନରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ବିରୋଧ କରୁଥିବା ଇଣ୍ଡି ମେଣ୍ଟର ମହିଳା ବିରୋଧୀ ମାନସିକତା ବିରୋଧ ରେ ନୀଳଗିରିର ଶତାଧିକ ମହିଳା ରାଜ ରାସ୍ତା କୁ ଓଲ୍ହାଇଛନ୍ତି। ପ୍ରତିବାଦ ସ୍ୱରୂପ ଧୋବଶିଳା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମହିଳା ମାନେ ନାରା ବାଜି କରି ଏକ ପଦ ଯାତ୍ରାରେ ବାହାରି ଧୋବଶିଳା ଛକ ଠାରେପହଞ୍ଚିଥିଲେ।
ମହିଳା ମାନଙ୍କୁ ସାମ୍ବିଧାନିକ ଅଧିକାରରେ ବାଧକ ସୃଷ୍ଟି କରୁଥିବା ଇଣ୍ଡି ମେଣ୍ଟର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ, ଅଖିଳେଶ ଯାଦବ, ମମତା ବାନାର୍ଜି, ମଲିକାର୍ଜୁନ ଖଡ଼ଗେ ପ୍ରମୁଖ ବିରୋଧୀ ମେଣ୍ଟର ଅନ୍ୟାନ୍ୟ ନେତାଙ୍କ କୁଶ ପିତୁଳିକା ଦାହ କରିଥିଲେ।







