ହେଡଲାଇନସ୍:

"ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀ ଲଗାମ ଛଡା !"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପରିସ୍ଥିତି ଏବେ ଓଡ଼ିଶାରେ !!

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଅତ୍ଯନ୍ତ ବର୍ବର ଆତଙ୍କରାଜ ଘଟଣା । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବା ବେଳେ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା କମିବା ସହିତ ଅପରାଧୀମାନେ ଖୋଲାଖୋଲି ଭାବେ ଅପରାଧ କରିବାକୁ ସାହସ ପାଉଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅପରାଧୀମାନେ ପିଟି ପିଟି ପୁଲିସ୍ ସମ୍ମୁଖରେ ଯଦି ହତ୍ୟା କରନ୍ତି , ତେବେ ଜନସାଧାରଣ କାହାକୁ ସୁରକ୍ଷା ମାଗିବେ ଏବଂ କୌଣସି ଅଘଟଣ ଘଟିଲେ ଦାୟୀ କିଏ ରହିବ ? ଲାଗୁଛି ସତେ ଯେମିତି ଅପରାଧୀମାନେ ଓଡିଶା ଏବେ ଲଗାମ ଛଡା. ଆମେ କଣ ଶାନ୍ତିପ୍ରିୟ ଓଡିଶାକୁ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରାସ୍ତାରେ ନେଉଛେ କି ବୋଲି କ୍ରାନ୍ତି ସେନାର ଆବାହକ ଇଂ ପାର୍ଥସାରଥୀ ମୁଦୁଲି ପ୍ରଶ୍ନ କରିଛନ୍ତି |
ଇଂ ମୁଦୁଲି କହିଛନ୍ତି ଯେ "ଏଇ ନିକଟରେ ସତ୍ୟବାଦୀର କଣାସ ଏବଂ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାର ଏହି ବିଭତ୍ସ ଦୃଶ୍ୟ ସମସ୍ତ ରାଜ୍ୟବାସୀଙ୍କୁ ବିଚଳିତ କରିଛି । ଏଭଳି ଅମାନବୀୟ ଘଟଣା କେବଳ ନିନ୍ଦନୀୟ ନୁହେଁ, ଆଇନର ଉଲଙ୍ଘନ ସହ ମାନବିକ ମୂଲ୍ୟବୋଧ ସହ ସାମାଜିକ ମୂଲ୍ୟବୋଧର ତଣ୍ଟିଚିପା ସଦୃଶ । ହତ୍ୟା, ଗୁଣ୍ଡାଗିରି ଓ ଅପରାଧ ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ପ୍ରଶାସନର କଠୋରତା ଓ ତତ୍ପରତା ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ଜନସାଧାରଣଙ୍କ ଦୁଃଖର ବିଷୟ ହେଲା ଶାନ୍ତିପ୍ରିୟ ଓଡ଼ିଶାର ଜନସାଧାରଣ ସୁରକ୍ଷା, ନ୍ୟାୟ ଓ ଶାନ୍ତିର ଆଶା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ ଭାବରେ ବିଫଳ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଛାଡ଼ି ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ଦିଲ୍ଲୀରେ ଏଡିଜିଙ୍କ ସମୟ ବିଳାସବ୍ୟସନରେ ବିତାଉଥିବା ବେଳେ, ରାଜ୍ୟରେ ସାଧାରଣ ଜନତାର ଜୀବନ ଦୁର୍ବିସହ ହୋଇପଡ଼ିଛି । ଦୃଢ ଆଇନ ଶୃଙ୍ଖଳା, ପ୍ରଶାସନ ଓ ଜନସାଧାରଣଙ୍କ ସୁରକ୍ଷା ସର୍ବପ୍ରଥମ ବୋଲି ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ ଭାବେ ଭୁଲି ଯାଇଛନ୍ତି । ସତ୍ୟବାଦୀ କଣାସରେ ଘଟିଥିବା ବର୍ବରକାଣ୍ଡ ଘଟଣାରେ ରାଜ୍ୟ ସରକାର କି ପଦକ୍ଷେପ ନେଲେ ତାହା ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ସରକାର ଏହି ଘଟଣାକୁ ଗୁରୁତର ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ନଚେତ ଲୋକମାନଙ୍କ ମନରେ ସରକାରଙ୍କ ପ୍ରତି ଅସନ୍ତୋଷ ବୃଦ୍ଧିପାଇବ । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାନ୍ତି ସେନାର ଆବାହକ ଇଂ ମୁଦୁଲି ଦାବି କରିଛନ୍ତି ।

0
0
0
s2sdefault