ହେଡଲାଇନସ୍:

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସେରପାଲ୍ଲି ପଞ୍ଚାୟତ ରେ ଶ୍ରମିକ କଲ୍ୟାଣ ଯୋଜନା ଓ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବ୍ଲକସ୍ଥ ସେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ସଚେତନତା ଏବଂ ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୋଟ ୭୬ ଜଣ ହିତାଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସମୟରେ, ୩୫ଟି ଅନଲାଇନ୍ ସ୍ପଟ୍ ପଞ୍ଜିକରଣ ସମାପ୍ତ ହୋଇଥିଲା, ଏହା ସହିତ ୨୫ ଟି ନବୀକରଣ ଏବଂ ୨୧ ଟି ପୁନରାବୃତ୍ତି ପ୍ରକ୍ରିୟା କରଣ କରାଯାଇଥିଲା। ସରପଞ୍ଚ ଶ୍ରୀମତୀ ସୁମିତା ମାଡ଼କାମୀ, ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କର୍ମଚାରୀ ଏବଂ ବହୁ ସଂଖ୍ୟକ ଶ୍ରମିକ ମାନେ ଏହି ଶିବିରରେ ଉପସ୍ଥିତ ରହି ସକ୍ରିୟ ଭାବରେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault