ହେଡଲାଇନସ୍:

ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଏପ୍ରିଲ ୨୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା (ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ହର୍ଟିକଲଚରାଲ ରିସର୍ଚ୍ଚ) ବେଙ୍ଗାଲୁରୁ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଉଭୟ ଅନୁଷ୍ଠାନ ମଧ୍ୟରେ ଜଳ ପରିଚାଳନା ନେଇ ଉଚ୍ଚତର ଗବେଷଣା ଓ ଶୈକ୍ଷିକ ଆଦାନ ପ୍ରଦାନ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ଅନ୍ତର୍ଗତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । କୃଷି ମହାବିଦ୍ୟାଳୟର ଗବେଷଣା ଓ ପ୍ରସାର ପରିଷଦର ବୈଠକ ସମୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ କୃଷି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ ।

0
0
0
s2sdefault