ବ୍ରହ୍ମପୁର : ଗତ ଏକ ସପ୍ତାହ ତଳେ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିଥିବା ଗୋପାଳପୁର ଥାନା ରେ ଅଭିଯୋଗ ହୋଇଥିଲା ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ତନାଘନା ଚଳାଇ ମଧ୍ୟ ସୁଧୀର ର ଟେର୍ ପାଇନଥିଲେ। ଶେଷରେ ସୁଧୀର ମୃତ ଶରୀରକୁ ସୋରଡ଼ା ଥାନା ଅର୍ନ୍ତଗତ ଘଞ୍ଚ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ମଧ୍ୟରେ ଏହି ଘଟଣା ପାରିବାରିକ ଓ ଜମି ବାଡ଼ି ବିବାଦକୁ ନେଇ ହୋଇଥିବା ଜଣାପଡିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ନିଜ ଝିଆରୀ ନିବେଦିତା ପାତ୍ର ବୋଲି ଜଣାପଡ଼ିବା ପରେ ପୋଲିସ ଅଧିକ ତଦନ୍ତ ଚଳାଇ ତାର ପ୍ରେମିକ ଓ ଅନ୍ୟ କିଛି ଯୁବକ ମିଶି ଏହି ଭଳି ଅଘଟଣ ଘଟାଇଥିବା ଖବର ପଦାକୁ ଆସିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବ୍ରହ୍ମପୁର ଆଇଜି ନିତିନ ଶେଖର ଙ୍କ ତତ୍ବାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ ପାଇଛି।ଆୟୋଜିତ କାର୍ଯ୍ୟକ୍ରମର ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତ ଥିଲେ।








