ହେଡଲାଇନସ୍:

ନିଆରା ଢଙ୍ଗରେ ପାଳିତ ହେଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା, 23.4.26: : ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ପାଳିତ ହୋଇ ଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ ଉପ ଜିଲ୍ଲାପାଳ ଶ୍ରୀ ରମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା, ସହକାରୀ ଉପ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ, ଉପ ଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଖଲିଗୁଡା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ ରହୁଥିବା ପ୍ରାୟ ୪୦ ଜଣ ବୃଦ୍ଧବୃଦ୍ଧାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରିଥିଲେ l ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଗଣତନ୍ତ୍ରକୁ ସୁଦୃଢ ଦୁର୍ନୀତି ମୁକ୍ତ କରିବାରେ ଗଣମାଧ୍ୟମର ଭୂମିକା ଏବଂ ସାମ୍ବାଦିକର ଭୂମିକା ଓ କର୍ତ୍ତବ୍ୟ ନିଷ୍ଠା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଗ୍ରାମାଞ୍ଚଳର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ l ବିଗତ ଦିନରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ନିଜର ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ଉନ୍ନତି ପାଇଁ ରାୟଗଡ ଜିଲ୍ଲାର ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି, ଖାତା, ପେନ, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ପରିବେଶ ସୁରକ୍ଷା ନିମନ୍ତେ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଚାରା ରୋପଣ କରି ଏହାର ସୁରକ୍ଷା ପ୍ରତି ସଙ୍ଘ କାର୍ଯ୍ୟ କରୁଛି l ବିଭିନ୍ନ ସମୟରେ ସଙ୍ଘ ମାଧ୍ୟମରେ ଗ୍ରାମାଞ୍ଚଳର ବୃଦ୍ଧବୃଦ୍ଧାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥାଏ l ନିଶା ନିବାରଣ, ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳସୃଷ୍ଟି କରିବା ଭଳି ଅନେକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସଙ୍ଘ ମାଧ୍ୟମରେ କରାଯାଉଛି l ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁଙ୍କୁ ବୃକ୍ଷଚାରା ରୋପଣ ଏବଂ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଗଢିବା ନେଇ ବିଭିନ୍ନ ସମୟରେ ବକ୍ତୃତା ଏବଂ ରଚନା ପ୍ରତିଯୋଗିତା ମାନ କରି ସେମାନଙ୍କୁ ସଚେତନ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସଙ୍ଘ ତରଫରୁ ପୁରସ୍କୃତ କରାଯାଉଥିବା ସଙ୍ଘ ସଭାପତି ଶ୍ରୀ ଖାଡ଼ଙ୍ଗା ପ୍ରକାଶ କରିଥିଲେ l ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍ଥାନୀୟ (ପିଏଚଡି) କାର୍ଯ୍ୟାଳୟ ନିକଟରେ ଥିବା ବାଲୁଙ୍କେଶ୍ୱର ଶୈବ ପୀଠରେ ପ୍ରସାଦ ସେବନ ସହ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ଅତିଥି ଯୋଗଦେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା କେ. କ୍ରିଷ୍ଣା ମୂର୍ତ୍ତି, ଉପ ସଭାପତି ସନ୍ତୋଷ ଲମତା, ସଭ୍ୟ ହରିନାରାୟଣ ଦାସ, ଗିରି ଶେଖର ରଥ, ବିଭୁ ପ୍ରସାଦ ଶତପଥୀ, ମହେନ୍ଦ୍ର କୁମାର ସ୍ୱାଇଁ, ରତ୍ନାକର ନାଏକ, ବି. ଶ୍ରବଣା କୁମାର, କିଶୋର ଚନ୍ଦ୍ର ପାଢ଼ୀ, ନରସିଂହ ନାଥ ମହାପାତ୍ର ଓ ମିଟୁ ଦଣ୍ଡସେନା,ବିଶ୍ୱଜିତ ଜେନା, ଲିପ୍ତି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ l

0
0
0
s2sdefault