ଭୁବନେଶ୍ୱର, ଏପ୍ରିଲ୍ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪କୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବୁଲି ଦେଖିଛନ୍ତି । ଗଣମାଧ୍ୟମ ଓ ତତ୍ସମ୍ପର୍କିତ କାର୍ଯ୍ୟଧାରା ସମ୍ପର୍କରେ ଓ ରେଡ଼ିଓ ସହ ଜଡ଼ିତ ଅଧିକ ଜ୍ଞାନ ଆହରଣ କରିବା ପାଇଁ ସୋଆ ରେଡ଼ିଓ ବୁଲି ଦେଖିଛନ୍ତି ଛାତ୍ରୀମାନେ ।
ସୋଆ ରେଡ଼ିଓରେ ପହଂଚି ଛାତ୍ରୀମାନେ ରେଡ଼ିଓର କାର୍ଯ୍ୟଧାରା ସହ ବୈଷୟିକ ଦିଗଗୁଡ଼ିକ ଉପରେ ଅଧିକ ତଥ୍ୟ ଗ୍ରହଣ କରିଥିଲେ ।
କୃତ୍ରିମ ବୁଦ୍ଧିମତା ଏବଂ ରେଡ଼ିଓ ମଧ୍ୟରେ କିପରି ଭାବେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ବୁଝିଥିଲେ ।
ରେଡ଼ିଓର ଭବିଷ୍ୟତ କାର୍ଯ୍ୟକଳାପ ସହିତ ପ୍ରଯୁକ୍ତି ବିଦ୍ୟାକୁ ଏଥିରେ କିଭଳି ଯୋଡ଼ି ହେବ ସେ ନେଇ ଛାତ୍ରୀମାନେ ଅଧିକ ଜ୍ଞାନ ଆହରଣ କରିଥିଲେ ବୋଲି ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ
ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ
- Hits: 25








