ଝାରସୁଗୁଡ଼ା, ତା: ୨୩/୦୪/୨୦୨୬: ଡିଏଭି ପବ୍ଲିକ ସ୍କୁଲ ପରିସରରେ ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଇଂରାଜୀ ସାହିତ୍ୟର କିମ୍ବଦନ୍ତୀ କବି, ଔପନ୍ୟାସିକ ତଥା ସାହିତ୍ୟିକ ଉଇଲିୟମ ସେକ୍ସପିୟରଙ୍କ ଫଟୋ ଫଳକରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶ୍ରୀ ଦେବତା ସ୍ୱାଗତ ଭାଷଣରେ ଇଂରାଜୀ ସାହିତ୍ୟର ବିଶ୍ବସ୍ତରୀୟ ମୂଲ୍ୟ, ଲୋକପ୍ରିୟତା, ସହଜ ଉପଲବ୍ଧତା, ବ୍ୟାପକତା, ଅନ୍ତଃରାଷ୍ଟ୍ରୀୟ ଚାହିଦା, ପୁସ୍ତକ ପଠନ କ୍ରିୟାର ଆବଶ୍ୟକତା ଆଦି ସମ୍ପର୍କରେ ଭାବ ବ୍ୟକ୍ତ କରିଥିଲେ । ବରିଷ୍ଠ ଇଂରାଜୀ ଶିକ୍ଷକ ଅଲେଖ ବିହାରୀ ସାହୁ ଇଂରାଜୀ ଭାଷା ଦିବସ ଓ ବିଶ୍ବ ପୁସ୍ତକ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଭାବ ପ୍ରକଟ କରିଥଲେ । ଶିକ୍ଷୟିତ୍ରୀ ସୁକନ୍ୟା ମହାପାତ୍ର ଓ ଅନାମିକା ରାନୀ ସଭା କାର୍ଯ୍ୟକ୍ରମ ସଂଯୋଜନାପୂର୍ବକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମନୋରଞ୍ଜନଧର୍ମୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଶିକ୍ଷକ ପବିତ୍ର ମୋହନ କବି, ପ୍ରେମାନନ୍ଦ ମାହାନା, ଏସ.କେ.ସିରାଜ, ନିତ୍ୟାନନ୍ଦ ସାହୁ ପ୍ରମୁଖ ବିଭାଗୀୟ ଶିକ୍ଷକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ପଦ୍ମାସନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ
- Hits: 24








