ହେଡଲାଇନସ୍:

କୋଲାବିରା ବିଡିଓ ହେଲେ ଝାରସୁଗୁଡ଼ାର ନୂତନ ଉପଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ବିଡିଓ ଅଶୋକ ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ ନୂତନ ଦାୟିତ୍ୱ ନେବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି।

ଏହି ପଦୋନ୍ନତି ସମୟରେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି। ଆଜି ସକାଳେ ବିଜେଡି ପକ୍ଷରୁ କୋଲାବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଡିଓ ଅଶୋକ ମାଝୀଙ୍କ ବିରୁଦ୍ଧରେ ଅସହଯୋଗ ଅଭିଯୋଗ ଉଠାଇ ଗଣ ଧାରଣା କରାଯାଇଥିଲା। ଏହିପରି ଅସହଯୋଗ ଚାଲିଥିଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଚେତନ କରାଯାଇଥିଲା।

ଏହି ପରିସ୍ଥିତିରେ ହଠାତ ବଦଳି ଆଦେଶ ପ୍ରକାଶ ପାଇବାରୁ ରାଜନୈତିକ ମହଳରେ ବିଭିନ୍ନ ଅନୁମାନ ଜନ୍ମ ନେଇଛି।

ଏପରିକି, ବର୍ତ୍ତମାନ ଝାରସୁଗୁଡ଼ା ଉପଜିଲ୍ଲାପାଳ ଥିବା ସବ୍ୟସାଚୀ ପଣ୍ଡାଙ୍କୁ ମୟୁରଭଞ୍ଜ ଜିଲ୍ଲାର ବାମନଘାଟି (ରାଇରଙ୍ଗପୁର) ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ବିଡିଓଙ୍କ ପଦୋନ୍ନତି ଓ ବଦଳିକୁ ନେଇ ବିପକ୍ଷ ବିଜେଡି ଶିବିରରେ ଚର୍ଚ୍ଚା ଜାରି ରହିଛି।

0
0
0
s2sdefault