ହେଡଲାଇନସ୍:

ଦେବାଳୟ ସମିତି ପକ୍ଷରୁ ନବ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡ: ଦେବାଳୟ ସମିତି ପକ୍ଷରୁ ନବ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୧୮.୦୪.୨୦୨୬ ରୁ ଆରମ୍ଭ ହୋଇ ଯାଇଛି ଓ ଏହା ଆସନ୍ତା ୨୪.୦୪.୨୦୨୬ ପର୍ୟ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ନିମନ୍ତେ ଶ୍ରୀ ବିଷ୍ନୁ ମହା ଯଜ୍ଞ ଅନୁଷ୍ଠାନ ର ଆୟୋଜନ କରାଯାଇଛି ଏବଂ ଏହି ଯଜ୍ଞ କୁ ସମ୍ପାଦନ କରିବା ନିମନ୍ତେ ବାରଣାସୀ ରୁ ପଣ୍ଡିତ ମାନଙ୍କୁ ଅଣାଯାଇଅଛି। ପ୍ରଥମ ଦିନ ବିଷ୍ନୁ ପୂଜନ ଓ ଦଶ ବିଧ ସ୍ନାନ ପୂଜନ ହୋଇଛି। ଦ୍ଵିତୀୟ ଦିବସ ରେ ଚତୁଃ ବେଦ ମନ୍ତ୍ର ପାଠ କରିଥିଲେ। ତୃତୀୟ ଦିବସ ରେ ଜଲଧି ବାସ, ନେତ୍ର ମିଳନ ଓ ଅଭିଷେକ ପୂଜନ ହୋଇ ଯାଇଛି। ଚତୁର୍ଥ ଦିନରେ ନଗର ପରିକ୍ରମା ଓ ବିଗ୍ରହ ମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପଞ୍ଚମ ଦିନ ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି ଙ୍କ କର କମଳରେ ସମ୍ପାଦିତ ହୋଇଛି ଓ ଗର୍ଭ ଗୃହରେ ବିଗ୍ରହ ମାନଙ୍କୁ ଅଧିଷ୍ଠିତ କରା ଯାଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀ ବିଗ୍ରହମାନଙ୍କୁ ସୁସଜ୍ଜିତ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଜେକେପୁର ଅଧିବାସୀ ନିଜନିଜ ଦ୍ୱାର ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ଶ୍ରୀ ବିଗ୍ରହଙ୍କ ସ୍ଵାଗତ କରିଥିଲେ। ଆସନ୍ତା କାଲି ଶେଷ ଦିବସରେ ପୂର୍ଣାହୁତି ଓ ପ୍ରସାଦ ବଣ୍ଟନ ବ୍ୟବସ୍ଥା ରହିଛି। ସମିତି ପକ୍ଷରୁ ରୁ ସମସ୍ତ ଭକ୍ତ ବୃନ୍ଦ ଓ ଜନସାଧାରଣ ଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଗଙ୍ଗା ଆରତି କରାଯାଉଛି । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି।

ଶହ ଶହ ସଂଖ୍ଯାରେ ଭକ୍ତ ଗଣ ଉପସ୍ଥିତ ରହି ଆନନ୍ଦ ଉପଭୋଗ କରୁଛନ୍ତି। ଉତ୍ତର ପ୍ରଦେଶରୁ ଆସିଥିବା ଗାୟକ ମାନଙ୍କ ଦ୍ଵାରା ବିଳମ୍ବିତ ସନ୍ଧ୍ଯା ରେ ତୁଳସୀ ରାମାୟଣ ପାଠ କରା ଯାଉଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଗଣ ଯୋଗ ଦେଇ ପ୍ରଭୁ ଶ୍ରୀ ରାମ ଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ସମସ୍ତ ଜେକେପୁରକୁ ସୁସଜ୍ଜିତ ଆଲୋକ ମାଳାରେ ସଜେଇ ଦିଆଯାଇଛି ।

0
0
0
s2sdefault