ହେଡଲାଇନସ୍:

ବନ ବିଭାଗ ପକ୍ଷରୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ:  ବନ ବିଭାଗ ର,ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜ ତରଫରୁ ଚାଷୀ ଓ ମହିଳା ଦଳ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ ସୋମବାର ଦିନ କାକଟପୁର ତହସିଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଏକ ଚାଷୀ ଓ ମହିଳା ସମାବେଶ ଅନୁଷ୍ଠିତ ସୋଇଥିଲା l ଏହି ସମାବେଶ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ଲୋକସଭା ସଦସ୍ୟ ବିଭୁ ପ୍ରାସାଦ ତରାଇ, କାକଟପୁର ବିଧାୟକ୍ ତୁଷାରକାନ୍ତି ବେହେରା ପ୍ରମୁଖ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ l ଅତିଥିମାନେ ଦେବି ମାଉଥ ତଟରେ ଥିବା ଗ୍ରାମ ଗୁଡ଼ିକ ର ଚାସି ଓ ମହିଳା ଦଳଙ୍କ କୃଷି କ୍ଷେତ୍ରରେ କିପରି ଉର୍ଣତି ହେବ ଓ ସେମାନେ କିପରି ଆତ୍ମ ନିର୍ଭରଶୀଳ ହେବେ ସେ ବିଷୟ ରେ ବିଶାଳ ଜନ ସଭାରେ ମତ ବ୍ୟକ୍ତ କରିବା ସହ,ବନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସାହାଯ୍ୟ ସୁଜଗ ନେବାକୁ ଜନ ସଭାରେ ସମ୍ବୋଧନ କରିଥିଲେ l ସମାବେଶରେ ବନ ବିଭାଗ ର ଏକ୍ରିକ ପ୍ରକଳ୍ପ ଦ୍ବାରା କାର୍ଯ୍ୟ କାରି ହେଉଥିବା କାର୍ଯକ୍ରମ ରେ ଉପକୃତ ହୋଇଥିବା ଚାଷୀ ଓ ମହିଳା ଦଳ ଙ୍କୁ ବିଭିନ୍ନ କୃଷି ଉପକରଣ,ପେଷ୍ଟି ସାଇଡ ଆଦି ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରା ଯାଇ ଥିଲା l ଅସ୍ତରଂଗ ରେଞ୍ଜର ମୋନାଲିସା ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ,ଜିଲ୍ଲା ବନ ଅଧିକାରୀ,ଉପ ବନ ଅଧିକାରୀ ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ପ୍ରାରମ୍ଭରେ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ବିଧାୟକ ତୁଷାରକାନ୍ତି ବେହେରା, ଏମ, ପି ବିଭୁ ପ୍ରାସାଦ ତରାଇ ଙ୍କୁ ସ୍ଵାଗତ ଜଣାଇ ବାଦ୍ୟ ଯନ୍ତ୍ରର ତାଳେ ତାଳେ ସଭା ସ୍ଥଳକୁ ପାଛୋଟି ନିଆ ଯାଇ ଥିଲା l ଯାହାନିଆଁ ତଥା ଗଙ୍ଗେଶ୍ୱର୍ ବେଳାଭୁମି ର ଉନ୍ନତି ପାଇଁ କୋଡିଏ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଦେବୀ ମାଉଥ ର ଉନ୍ନତି ସହ ମଙ୍ଗଳା ମନ୍ଦିର ର ଉନ୍ନତି ପାଇଁ ସ୍ଵତନ୍ତ୍ର କରିଡ଼ର ,ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟନ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରି ଥିଲେ.l

0
0
0
s2sdefault