ହେଡଲାଇନସ୍:

ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟିତ୍ୱ ପ୍ରତ୍ୟାହାରକୁ ନେଇ ଜିଲାପାଳଙ୍କୁ ଅଭିଯୋଗ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୬।୨(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦାୟିତ୍ୱ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ । ଅଭିଯୋଗ ଅନୁସାରେ ଡାକ୍ତର ତାପସ ରଞ୍ଜନ ସେନାପତି ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଥିସହିତ ରୋଗିମାନଙ୍କୁ ଉଚ୍ଚ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ । ତେବେ ଶୁକ୍ରବାର ଅଚାନକ ୧୩.୦୨.୨୦୨୬ ତାରିଖରେ ସ୍ବାସ୍ଥ୍ୟ ବିଭାଗ ଚିଠି ନମ୍ବର ୭୧୮ ଅନୁସାରେ ଡାକ୍ତର ସେନାପତିଙ୍କ ଠାରୁ ଉକ୍ତ ଦାଇତ୍ୱ ପ୍ରତ୍ୟାହାର କରାଯାଇ ଜଣେ ଜୁନିୟର ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ଓ ଜନସାଧାରଣ ଏହାକୁ ତୁରନ୍ତ ଉକ୍ତ ଆଦେଶକୁ ପ୍ରତ୍ୟାହାର କରି ଡାକ୍ତର ସେନାପତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦାୟିତ୍ୱ ପ୍ରଦାନ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହାକୁ ଏକସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

0
0
0
s2sdefault