ହେଡଲାଇନସ୍:

କାର୍ଯ୍ୟକ୍ଷମ ହେଲା ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହରରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଅପରାଧିକ ଗତିବିଧି ଉପରେ ନଜର ରଖିବାରେ ହେବ ସହାୟକ



ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲା ୱାନ ପରିସରରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ନିର୍ମିତ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ଶୁଭାରମ୍ଭ ହୋଇଯାଇଛି। ରାଉରକେଲା ମହାନଗର ନିଗମ ଆୟୁକ୍ତ ତଥା ରାଉରକେଲା ସ୍ମାର୍ଟ ସିଟି ସିଇଓ ସୁଶ୍ରୀ ଦୀନା ଦସ୍ତଗୀର୍ ସୋମବାର ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ସହରରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧିକ ଗତିବିଧି ଉପରେ ନଜର ରଖିବାରେ ବିଶେଷ ସହାୟକ ହେବ।

ରାଉରକେଲା ସହରରେ ୧୩ଟି ସ୍ଥାନରେ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ୍ ରହିଥିବା ବେଳେ ୪ଟି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେଗୁଡିକ ହେଲା ଆମ୍ବାଗାନ୍, ଡିଏଭି ଛକ, ଟ୍ରାଫିକ୍ ଛକ, ଗଡ଼ିଆଟୋଲା। ଏହି ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ୍ କାର୍ଯ୍ୟକାରୀ ହେବା ଫଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ହେବା ସହ ଅତ୍ୟାଧୁନିକ ଭାବେ ଟ୍ରାଫିକ୍ ନିୟନ୍ତ୍ରଣ ସ୍ୱୟଂଚାଳିତ ଭାବରେ କରାଯାଇ ପାରିବ। ଅଟୋମେଟିକ ନମ୍ବର ପ୍ଲେଟ୍ ରେକୋଗନାଇଜେସନ ସହ ଦ୍ରୁତ ଗତିରେ ଗାଡ଼ି ଚାଳନା, ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବା, ବିନା ସିଟ୍ ବେଲ୍ଟରେ ଗାଡ଼ି ଚାଳନା ଆଦି ରୋକାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଇ-ଚାଲାଣ ଜାରି କରାଯିବ। ଯାହା ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ।

ରାଉରକେଲା ସହର ଉପରେ ନଜର ରଖିବା ନିମନ୍ତେ ବିଭିନ୍ନ ସ୍ଥାନରେ ୬୦୦ରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। ଯାହା ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ବିଶେଷ ଭାବେ ସହାୟକ ହେବା ସହ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ଏଥିସହ ସାର୍ବଜନୀନ ସୂଚନା ତଥା କୌଣସି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀକାଳୀନ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସହରର ୧୦ଟି ସ୍ଥାନରେ ରହିଛି ପବ୍ଲିକ୍ ଆନାଉନ୍ସମେଣ୍ଟ ସିଷ୍ଟମ୍ । ଏହା ସହ ୨୦ଟି ସ୍ଥାନରେ ଏମର୍ଜେନ୍ସି କଲ୍ ବକ୍ସ ରହିଥିବା ବେଳେ ସେଥିମଧ୍ୟରୁ ୧୪ଟି କାର୍ଯ୍ଯକ୍ଷମ ରହିଛି।

0
0
0
s2sdefault