ହେଡଲାଇନସ୍:

ଶ୍ରୀରଘୁନାଥଙ୍କ ପୀଠରେ ହରି-ହର ଭେଟ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୧୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶ୍ରୀରଘୁନାଥ ଜୀଉ ବିଜେ ଓଡଗାଁଙ୍କ ପୀଠରେ ସୋମବାର ହରି-ହର ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଜାଗର ପରଦିନ ଏହି ଉତ୍ସବ ପାଳିତ ହେଉଥିବା ବେଳେ ପ୍ରଭୁ ଶ୍ରୀରଘୁନାଥ ମା’ ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣ ପାଟବସ୍ତ୍ର ଓ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିବା ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ଦର୍ଶନକରିବାର ସୈାଭାଗ୍ୟ ଅର୍ଜନ କରିଥିଲେ। ସନ୍ଧ୍ୟାରେ ପ୍ରଭୁ ରଘୁନାଥଙ୍କ ଦୈନନ୍ଦିନ ନୀତି ସମାପନ ପରେ ଶ୍ରୀରଘୁନାଥ (ହରି)ଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ବେଢାରେ ପୂଜିତ ରାମେଶ୍ୱର ମହାଦେବ (ହର)ଙ୍କ ବିଜେ ପ୍ରତିମାଙ୍କୁ ବିମାନରେ ଅଣାଯାଇ ସିଂହ ଦ୍ୱାର ନିକଟରେ ଭେଟକରାଇ ଚାଳି ମଣ୍ଡପରେ ଭୋଗ ଓ ଆଳତି ଲାଗି କରାଯାଇଥିଲା । ପରେ ହରି ଓ ହରଙ୍କୁ ଦୁଇଟି ସ୍ୱତନ୍ତ୍ର ବିମାନରେ ବସାଇ ରୋଷଣୀ ଜାଳି ଆତାସବାଜି ଫୁଟାଇ ଥାଟ,ପାଟ୍ଟ, ପଟୁଆରରେ ନଗର ପରିକ୍ରମା କରାଯାଇଥିଲା। ସିଂହଦ୍ୱାର ପ୍ରବେଶ ପୂର୍ବରୁ ରତ୍ନବେଦୀରେ ହରି ହର ଚଳନ୍ତି ପ୍ରତିମାଙ୍କ ନିକଟରେ ଏକାସାଙ୍ଗରେ କର୍ପୁର ଆଳତୀ ଓ ମହାଆଳତୀ ଲାଗି ହୋଇଥିଲେ। ଏହି ଅପୂର୍ବ ଦୃଶ୍ୟକୁ ଭାବବିହ୍ୱଳ ସହକାରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପାଳିଆ ପୂଜାପଣ୍ଡା, ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ରଙ୍କ ସହିତ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକଙ୍କ ସହ ମନ୍ଦିର ସୁପରଭାଇଜର ଜିତେନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଯାତ୍ରା ସୃଙ୍ଖଳୀତ ଭାବେ ସମ୍ମାପନ ହୋଇଥିଲା ।

0
0
0
s2sdefault